ରାମ ମନ୍ଦିର ପ୍ରତିଷ୍ଠା ପାଇଁ ପାଣିକୋଇଲିର ଗାଁଠୁ ସହର ଉତ୍ସବମୁଖର

କୋରେଇ : ଅଯୋଦ୍ଧାରେ ରାମ ମନ୍ଦିର ପ୍ରତିଷ୍ଠା ଓ ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ଲାଗି ଗାଁ ଠୁ ସହର ସବୁଠି ଉତ୍ସବ ମୁଖର ହୋଇଛି । ପ୍ରତି ଦେବାବେୀ ମନ୍ଦିର ଓ ବିଶେଷ କରି ହନୁମାନ ମନ୍ଦିର ଗୁଡିକରେ ପୂଜାର୍ଚ୍ଚନା, ଶୋଭାଯାତ୍ରା ଲାଗି ରହିଛି । ଏହି କ୍ରମରେ ପାଣିକୋଇଲି ପଂଚାୟତ ଅନ୍ତର୍ଗତ ଚାନ୍ଦପୁର ସିଦ୍ଧ ମହାବୀର ପୂଜା କମିଟି ପକ୍ଷରୁ ମହାବୀର ମନ୍ଦିର ସୁସଜ୍ଜିତ କରାଯାଇ ପ୍ରତ୍ୟୁଷରୁ ପୂଜାର୍ଚ୍ଚନା ରିତୀନିତୀ ଅନୁଯାୟୀ କରାଯାଇଛି । ପ୍ରଭୁ ରାମଙ୍କ ଉଦ୍ଦ୍ୟେଶରେ ଏକ ମଟର ସାଇକେଲ ଶୋଭାଯାତ୍ରା ଚାନ୍ଦପୁର, ଦାମୋଦରପୁର, ବାଟୁଳ, ସୋତି, ପାଣିକୋଇଲି, ଅଢେଇବାଟିଆ ନୂଆପଦା, ଧନପୁର ଆଦି ଗ୍ରାମ ପରିକ୍ରମା କରିବା ସହ ଓଚିନ୍ଦା ଗୋପିନାଥ ମନ୍ଦିରରେ ପ୍ରଭୁ ଦର୍ଶନ କରାଯାଇଥିଲା । ଶୋଭଯାତ୍ରା ମହାବୀର ପୀଠରେ ପହଂଚିବା ପରେ ସମୂହ ପ୍ରସାଦ ସେବନ କରିବା ସହ ସନ୍ଧ୍ୟାରେ ଦୀପ ଦାନ କାର୍ଯ୍ୟକ୍ରମ କରାଯାଇଥିଲା । ସଦ୍ଧ ମହାବୀର କ୍ଲବର ପ୍ରଦୀପ ପଣ୍ଡା, ପ୍ରକାଶ ପଣ୍ଡା, ପ୍ରଫୁଲ୍ଲ ପଣ୍ଡା, ବ୍ରଜ କିଶୋର ସ୍ୱାଇଁ, ବାଦଲ ସାମଲ, ମନ୍ମଥ ପଣ୍ଡା, ପ୍ରଶାନ୍ତ ମହାରଣା, ରାଜେନ୍ଦ୍ର ମହାରଣା, ବଚନ ସ୍ୱାଇଁ, ଆଶିଷ ରାଉତ, ନାରାୟଣ ପଣ୍ଡା, ବିଷ୍ଣୁ ଚରଣ ରାଉତ ସମେତ ଆମେ ବିପଦରେ ସାଥି ଓ ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପର ସଦସ୍ୟ ମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେହିପରି ପାଣିକୋଇଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ପ୍ରଧାନ ଆଚାର୍ଯ୍ୟ ପ୍ରମୋଦ ପଣ୍ଡାଙ୍କ ତତ୍ୱାବଧାନରେ ପାଣିକୋଇଲି ଓଭରବ୍ରିଜ ତଳେ ବାଲୁକା ଚିତ୍ରଶିଳ୍ପୀଙ୍କ ଦ୍ୱାରା ଶ୍ରୀ ରାମଲାଲାଙ୍କ ଚିତ୍ର କରାଯାଇଥିଲା । ଯାହା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

May be an image of 4 people and temple

Leave a Reply

Your email address will not be published. Required fields are marked *