Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ହନୁମାନ ଚାଳିଶା ପାଠ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ହନୁମାନ ଚାଳିଶା ପାଠ

ପାରଳାଖେମୁଣ୍ଡି: ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ମୂରଲୀଧର ପରିଚ୍ଛାଙ୍କ ସହଯୋଗରେ ବାଲ ମୁକୁନ୍ଦ କେନ୍ଦ୍ରର ପୁରୋଧା ହରେ ରାମ କୃଷ୍ଣ ଚୌଧୁରୀ ପାରଳାଖେମୁଣ୍ଡି ପରିଚ୍ଛା ମଠ ବିଜେ ଶ୍ରୀ ରସିକରାଜ ମହାପ୍ରଭୁଙ୍କ ଯଥାରୀତି ପୂଜାର୍ଚ୍ଚନା କରି ପ୍ରତିଷ୍ଠା ମହୋତ୍ସବରେ କୌଣସି ବାଧାବିଘ୍ନ ନ ଆସି ବହୁ ଆଡ଼ମ୍ବରରେ ହେବା ନିମନ୍ତେ ପ୍ରାର୍ଥନା କରିଥିଲେ । ସେଠାରୁ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଶ୍ରୀ ଜଗନ୍ନାଥ ନିକେତନ (ଅନାଥ ଆଶ୍ରମ), ରାଜସୀତାପୁର, ଗୋଷାଣି ବ୍ଲକ ଭ୍ରାମ୍ୟମାଣ କରି ଅନ୍ତେବାସୀଙ୍କ ଗହଣରେ ଶ୍ରୀରାମ ନାମ ସଂକୀର୍ତ୍ତନ ଏବଂ ହନୁମାନ ଚାଳିଶା ପଠନ କରାଇଥିଲେ । ଅଯୋଧ୍ୟାରେ ନିର୍ଦ୍ଧାରିତ ମୁହୂର୍ତ୍ତରେ ପ୍ରାଣ ପ୍ରତିଷ୍ଠା ସମୟରେ ଏଠାରେ ପିଲାମାନେ ଧ୍ୟାନସ୍ଥିତିରେ ବସି ରୂପଧ୍ୟାନ କରି ରାମ କାର୍ଯ୍ୟରେ ଲିପ୍ତ ରହିବା ପାଇଁ ସଂକଳ୍ପ ନେଇଥିଲେ ।ଏଥିରେ ମେସ୍ତ୍ରି ଲିଙ୍ଗରାଜ ପ୍ରଧାନ ସହଯୋଗ କରିଥିଲେ ।

May be an image of 7 people, people studying, picnic and text

Leave a Reply