Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ - କେନ୍ଦ୍ରାପଡା ପାଳକଣା ରାମ ମନ୍ଦିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ – କେନ୍ଦ୍ରାପଡା ପାଳକଣା ରାମ ମନ୍ଦିର

କେନ୍ଦ୍ରାପଡା : ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ସାମାଜିକ ସଂଗଠନ ପକ୍ଷରୁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରେ ପାଣ୍ଡିରି ଲକ୍ଷ୍ମୀନାରାୟଣ ମନ୍ଦିର, କନ୍ତେଇ ଠାକୁରାଣୀ ଓ ବୀରସ୍ୱତୀ ଗାଁରେ ନଗର ସଙ୍କୀର୍ତ୍ତନ କରାଯାଇଥିଲା । ପରେ ପରେ ରାଆଁଳୋ ଗାଁରେ ଗୋ ପୂଜା ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନରେ ଗୋପ ରାମ ମନ୍ଦିରରେ ପୂଜାର୍ଚନା କରାଯିବା ଶହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେପରେ ପାଳକଣା ରାମ ମନ୍ଦିରରୁ ଏକ ସୁସଜ୍ଜିତ ରାମ ରଥ ବାହାରି ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା । ସନ୍ଧ୍ୟାରେ କୋର ଶ୍ରୀଜଗନ୍ନାଥ ମନ୍ଦିରରେ ହୋମ, ପୂଜାର୍ଚ୍ଚନା, ହନୁମାନ ଚାଳିଶା ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଅଂଶଗ୍ରହଣ କରି ବିଭୁ କୃପା ଲାଭ କରିଥିଲେ ।

Leave a Reply