Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପ୍ରକମ୍ପିତ ହୋଇଥିଲା ରାୟଗଡ଼ା ସହର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପ୍ରକମ୍ପିତ ହୋଇଥିଲା ରାୟଗଡ଼ା ସହର


ରାୟଗଡ଼ା : ଅଯୋଧ୍ୟା ସ୍ଥିତ ଶ୍ରୀରାମ ମନ୍ଦିରରେ ସୋମବାର ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ରାୟଗଡ଼ା ସହର । ଏହି ଅବସରରେ ରାୟଗଡ଼ା ସହରର ବିଭିନ୍ନ ସ୍ଥାନରୁ ବାଇକ ରାଲି ଓ ଶୋଭାଯାତ୍ରା ବାହାରିଥିଲା । ଏଥିରେ ସହରର ହଜାର ସଂଖ୍ୟାରେ ସହରବାସୀ ଯୋଗଦେଇ ନାଚଗୀତ ଓ ସଂକୀର୍ତନରେ ଝୁମିବା ଦେଖିବାକୁ ମିଳିଥିଲା । ଜୟ ଶ୍ରୀରାମ ଲେଖା ରହିଥିବା ପତାକା ହାତରେ ଧରି ସହର ପରିକ୍ରମା କରିଥିଲେ ସମସ୍ତ ଶ୍ରଦ୍ଧାଳୁ । ସ୍ଥାନୀୟ ରାମ ମନ୍ଦିର ଛକ ଠାରୁ ସହର ପରିକ୍ରମା ଆରମ୍ଭ କରି ବିଜୁ କଲ୍ୟାଣ ମଣ୍ଡପ ଠାରେ ପହଂଚିଥିଲେ ଶ୍ରଦ୍ଧାଳୁମାନେ । ସେଠାରେ ବଡ଼ ସ୍କ୍ରିନରେ ଆୟୋଜିତ ହୋଇଥିଲା ଅଯୋଧ୍ୟା ମନ୍ଦିର ପ୍ରତିଷ୍ଠା ସମାରୋହର ଲାଇଭ ଟେଲିକାଷ୍ଟ । ସେହିଭଳି ରାମ ନବମୀ ଉତ୍ସବ କମିଟି ତରଫରୁ ଏକ ଭବ୍ୟ ବାଇକ ରାଲି ବାହାରି ସହର ପରିକ୍ରମା କରିଥିଲେ । କମିଟି ସଭାପତି ପଦ୍ମନାଭ ଦାଶଙ୍କ ତତ୍ୱାବଧାନରେ ଶିବ ପଟନାୟକ, କାଳୀରାମ ମାଝି, ବସନ୍ତ ଉଲାକା, ଅଜୟ ଚୂଲେଟ, ଶ୍ୟାମ କୁମାର ଦାଶ, ବସନ୍ତ ଉଲ୍ଲାକା, ଟି ନାଗରାଜୁ, ଏମ.ବିଦ୍ୟା ସାଗର, ପଟ୍ଟନାନା କ୍ରିଷ୍ଣା, ବିଜୟ ଚୂଲେଟ, ଅଜୟ ଆସରାନି, ମଞ୍ଜୁଳା ମିଣିଆକା ଓ ଝରଣା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ରହି ସହଯୋଗ କରିଥିଲେ ।

Leave a Reply