Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମନ୍ଦିର ନିର୍ମାଣର କର୍ମବୀରଙ୍କ ଉପରେ ପୁଷ୍ପବର୍ଷା କରି ସମ୍ମାନ କଲେ ପିଏମ ମୋଦି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମନ୍ଦିର ନିର୍ମାଣର କର୍ମବୀରଙ୍କ ଉପରେ ପୁଷ୍ପବର୍ଷା କରି ସମ୍ମାନ କଲେ ପିଏମ ମୋଦି

ଅଯୋଧ୍ୟା : ଶ୍ରୀରାମ ଜନ୍ମଭୂମି ସ୍ଥିତ ନବନିର୍ମିତ ମନ୍ଦିରରେ ସୋମବାର ଶ୍ରୀରାମଲଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଥରକୁ ଜୀବନ୍ତ ରୂପ ଦେଇଥିବା କର୍ମବୀରଙ୍କୁ ସମ୍ମାନିତ କରିଥିଲେ । ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିସରରେ ଚୌକିରେ ବସିଥିବା ୫ଶହ ଶ୍ରମିକଙ୍କ ଉପରେ ପୁଷ୍ପବର୍ଷା କରିଥିଲେ । ଏହି କର୍ମବୀରମାନେ ପଥରକୁ ଖୋଦେଇ କରି ମନ୍ଦିରକୁ ବାସ୍ତବ ରୂପ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଠାରୁ ସମ୍ମାନ ପାଇ ସେମାନେ ଗଦଗଦ ହୋଇପଡିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ମବୀରଙ୍କୁ ସମ୍ମାନିତ କରିବା ଏହି କ୍ଷଣ, ତ୍ରେତୟା ଯୁଗରେ ଶ୍ରୀଲଙ୍କାକୁ ଯିବା ପାଇଁ ସାଗର ଉପରେ ନିର୍ମାଣ କରାଯାଇଥିବା ପୋଲକୁ ସ୍ମୃତିକୁ ତାଜା କରିଥିଲା । ପୋଲ ନିର୍ମାଣର ଆଧାର ସ୍ତମ୍ଭ ରହିଥିବା ନଳ-ନୀଳ ଦ୍ୱାରା ପରିଚିତ ପଥର ଓ ଏହାଦ୍ୱାରା ପୋଲ ନିର୍ମାଣ ପୁରଣ ହେବାର ମନୋମ ଦୃଶ୍ୟକୁ ତାଜା କରିଛି ।

Leave a Reply