Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲାଗୁଛି ସତେ ଯେପରି ତ୍ରେତୟା ଯୁଗ ଆସିଛି-ଯୋଗୀ ଆଦିତ୍ୟନାଥ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲାଗୁଛି ସତେ ଯେପରି ତ୍ରେତୟା ଯୁଗ ଆସିଛି-ଯୋଗୀ ଆଦିତ୍ୟନାଥ

ଲାଗୁଛି ସତେ ଯେପରି ତ୍ରେତୟା ଯୁଗ ଆସିଛି-ଯୋଗୀ ଆଦିତ୍ୟନାଥ

ଅଯୋଧ୍ୟା : ପ୍ରଭୁ ରାମଲଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠାରେ ସମସ୍ତଙ୍କୁ କୋଟି କୋଟି ଶୁଭେଚ୍ଚଶ ଜଣାଇଛନ୍ତି ଯୋଗୀ ଆଦିତ୍ୟନାଥ । ପାଞ୍ଚ ଶହ ବର୍ଷର ଦୀର୍ଘ ଅପେକ୍ଷା ପରେ ପ୍ରାଣ ପ୍ରତିଷ୍ଠାରେ ଆପଣ ସମସ୍ତେ ଭାବବିହ୍ୱଳ ହୋଇଛନ୍ତି । ଆଜିର ଅତ୍ୟନ୍ତ ପବିତ୍ର ଅବସରରେ ପ୍ରତି ଗ୍ରାମ ଅଯୋଧ୍ୟା ଧାମ ହୋଇଛି । ପ୍ରତି ମାନବ ଅଯୋଧ୍ୟା ଧାମକୁ ଆସୁଛନ୍ତି । ପ୍ରତି ଜିଭରେ ରାମ-ରାମ ଜପ ରହିଛି । ଏଭଳି ଲାଗୁଛି ଆମେ ତ୍ରେତୟା ଯୁଗକୁ ଆସିଛୁ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ରାମଭକ୍ତଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ନିଜ ଉଦବୋଧନ ରାମାୟ ରାମଭଦ୍ରାୟ ରାମଚନ୍ଦ୍ରାୟ ଭେଧସେ । ରଘୁନାଥାୟ ନାଥାୟ ସୀତାୟଃ ପତୟେ ନମଃରୁ ଆରମ୍ଭ କରିଥିଲେ । ସେ କହିଥିଲେ ପୂରା ରାଷ୍ଟ୍ର ରାମମୟ ହୋଇପଡିଛି । ଆମର ହୃଦୟ ଭାବରେ ଭରିଥିବା ରାମଲଲାଙ୍କୁ ବିରାଜିଛନ୍ତି । ଆଜି ପ୍ରତ୍ୟେକଙ୍କ ମନରେ ଶାନ୍ତି ରହିଛି । ଭାବ ବିହ୍ୱୋଳ କରିଥିବା ପ୍ରତିକ୍ଷାରେ ୫ଶହ ବର୍ଷ କଟିଯାଇଛି । ଶ୍ରୀରାମ ଜନ୍ମଭୂମି ସମ୍ଭବତଃ ବିଶ୍ୱରେ ପ୍ରଥମ ପ୍ରକରଣ, ଯେଉଁଠି ବହୁସଂଖ୍ୟକ ବର୍ଗ ନିଜ ଆରାଧ୍ୟଙ୍କ ପାଇଁ ଏତେ ବର୍ଷ ଧରି ଲଢେଇ କରିଛନ୍ତି । ସମସ୍ତେ ଏଥିରେ ଯୋଗଦାନ କରିଛନ୍ତି । ଆଜି ଆତ୍ମା ପ୍ରଫୁଲିତ ହୋଇଛି ଯେ, ମନ୍ଦିର ସେଠାରେ ନିର୍ମାଣ ହୋଇଛି, ଯେଉଁଠାରେ ପ୍ରାଣ ପ୍ରତିଷ୍ଠା ପାଇଁ ସଂକଳ୍ପ ନିଆଯାଇଥିଲା । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି ।

Leave a Reply