Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସାରା ଦେଶରୁ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ମିଳିଛି ଯୋଗଦାନ : ଚମ୍ପତ ରାୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସାରା ଦେଶରୁ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ମିଳିଛି ଯୋଗଦାନ : ଚମ୍ପତ ରାୟ


ଅଯୋଧ୍ୟା, : ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଏବଂ ବିଶ୍ୱହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ଉପାଧ୍ୟକ୍ଷ ଚମ୍ପତ ରାୟ ମଞ୍ଚ ସଂଚାଳନ କରି ଅଯୋଧ୍ୟାରେ ଶ୍ରୀରାମ ଭବ୍ୟ ନଭ୍ୟ ମନ୍ଦିର ନିର୍ମାଣ ପାଇଁ ଦେଶରୁ ମିଳିଥିବା ଯୋଗଦାନ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ କିଭଳି ଭାବେ ଅଯୋଧ୍ୟାରେ ଯୁଗ ଯୁଗ ପର୍ଯ୍ୟନ୍ତ ଦର୍ଶନ ପାଇଁ ପ୍ରସ୍ତୁତ କରାଯାଇଛି । ସାରା ଦେଶରୁ ସୁନା, ରୂପା ସମେତ ବହୁତ କିଛି ମିଳିଛି । ଏଟାର ଜଳେସରରୁ ୨୪ କୁଇଣ୍ଟାଲର ବିଶାଳ ଘଣ୍ଟା ମିଳିଛି । ଗୁଜରାଟର ଦମଗର ସମାଜ ପକ୍ଷରୁ ବିଶାଳ ନଗାଡା ଭେଟିରେ ମିଳିଛି । ଜନକପୁର ତଥା ମିଥିଳା ସୀତାମଣି ବକ୍ସର ଓ ଛତିଶଗଡରୁ ବଡ ଥାଳି ଭାର ଆସିଛି । ଭାବରେ ଶସ୍ୟ, ସୁନା, ଚାନ୍ଦି, ଫଳ, ବସ୍ତ୍ର ରହିଛି । ଯୋଧପୁରର ଜଣେ ମହନ୍ତ ୬କ୍ୱିଣ୍ଟାଲ ଘିଅ ଶଗଡରେ ନେଇ ଆସିଥିଲେ । ଟ୍ରଷ୍ଟ ମହାସଚିବ କହିଛନ୍ତି ଯେ, ଯୁଗ ଯୁଗ ପର୍ଯ୍ୟନ୍ତ ଶ୍ରୀରାମ ମନ୍ଦିରର ନିର୍ମାଣର ମାଟିକୁ ମଜବୁତ କରିବା ଏବଂ ମୂଳଦୁଆରେ ମଧ୍ୟପ୍ରଦେଶର ଛତରପୁରରୁ ଗୋଡି ଆସିଥିଲା । ରାୟବରେଲିରୁ ପାଉଁଶକୁ ଅଣାଯାଇଛି । ତେଲେଙ୍ଗାନା ଓ କର୍ଣ୍ଣାଟକରୁ ଗ୍ରାନାଇଟ ଅଣାଯାଇଛି । ମନ୍ଦିରରେ ରାଜସ୍ଥାନର ଭରତପୁରର ପଥର ବ୍ୟବହାର ହୋଇଛି । ଧଳା ରଙ୍ଗର ମାର୍ବଲ ରାଜସ୍ଥାନର ମକରାନାରୁ ଆସିଛି । ମନ୍ଦିରର କବାଟର କାଠ ମହାରାଷ୍ଟ୍ରର ଭଲ୍ଲାର ଶାହର ଅଟେ । ଏହା ଉପରେ ବ୍ୟବହର ହୋଇଥିବା ସୁନା ମୁମ୍ବାଇର ଜଣେ ହୀରା ବ୍ୟବସାୟୀ ଭେଟି ଦେଇଛନ୍ତି । ଭଗବାନ ମୂର୍ତ୍ତି ଯେଉଁ ପଥରରେ ନିର୍ମାଣ ହୋଇଛି ତାହା କର୍ଣ୍ଣାଟକର । ଏହାକୁ ପ୍ରସିଦ୍ଧ କାରିଗର ଅରୁଣ ଯୋଗୀରାଜ ନିର୍ମାଣ କରିଛନ୍ତି । ଏଠାରେ ପ୍ରଭୁ ଶ୍ରୀରାମଙ୍କ ବାଲ୍ୟକାଳ ଅବସ୍ଥାର ସ୍ୱରୂପ ରହିଛି । ମନ୍ଦିରର ପାହାଚରେ ଦୁଇଟି ହାତୀ, ସିଂହ, ହନୁମାନ, ଗରୁଡ ଆଦି ରାଜସ୍ଥାନର ମୂର୍ତ୍ତିକାର ତିଆରି କରିଛନ୍ତି । କାଠ କବାଟର କାରୁକାର୍ଯ୍ୟ କାମ ହାଇଦ୍ରାବାଦର କାରିଗର କରିଛନ୍ତି । ମାର୍ବଲ କାମ ରାଣା ମାର୍ବଲ କାରିଗରେ ସମ୍ପନ୍ନ କରାଯାଇଛି । ଭଗବାନଙ୍କ ବସ୍ତ୍ର ଦିଲ୍ଲୀର ମନୀଷ ତ୍ରିପାଠୀ ନିଜ ହାତରେ ଅଯୋଧ୍ୟାରେ ପ୍ରସ୍ତୁତ କରିଛନ୍ତି । ଭଗବାନଙ୍କ ଆଭୂଷଣ ଲକ୍ଷ୍ନୌର ଜଣେ ବେପାରୀ ରାଜସ୍ଥାନରୁ ତିଆରି କରି ଆଣିଥିଲେ । ଏହି କ୍ରମରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ଭବ୍ୟ ଓ ନଭ୍ୟ ଭାବେ ପ୍ରସ୍ତୁତ କରାଯାଇଛି ।

Leave a Reply