Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିରାଜିଲେ ଶ୍ରୀରାମଲାଲା-ଭକ୍ତିରେ ଭିଜିଲା ସାରା ବ୍ରହ୍ମାଣ୍ଡ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିରାଜିଲେ ଶ୍ରୀରାମଲାଲା-ଭକ୍ତିରେ ଭିଜିଲା ସାରା ବ୍ରହ୍ମାଣ୍ଡ

ଅଯୋଧ୍ୟା: ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସରିଛି, ଆଗମନ ହୋଇଛି ଶ୍ରୀରାମଲଲାଙ୍କର । ୨୦୨୪, ଜାନୁୟାରୀ ୨୨ରେ ଅଭିଜିତ ମୁହୂର୍ତ୍ତରେ କେବଳ ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ନୁହେଁ, ପୂରା ଦେଶ ଦୁନିଆ ପାଇଁ ଏକ ଅଦ୍ଭୁତ ଓ ସ୍ୱର୍ଣ୍ଣିମ କ୍ଷଣ ଥିଲା । ସମ୍ପୂର୍ଣ୍ଣ ସନାତନ ଓ ସମ୍ପୂର୍ଣ୍ଣ ମାନବ ସମାଜ ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ସାକ୍ଷୀ ପାଲଟିଛି । ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ପିଲାଠୁ ବୃଦ୍ଧ ସମସ୍ତଙ୍କ ନଜର ଟିଭି ଉପରେ ରହିଥିଲା । ଗୋଟିଏ ପଟେ ଭଜନ କୀର୍ତ୍ତନ, ଅଖଣ୍ଡ ପାଠ ଗୁଞ୍ଜରିତ ହେଉଥିବା ବେଳେ ଅନ୍ୟପଟେ ରାମଧୁନରେ ମଗ୍ନ ଯୁବକମାନେ ବାଣ ଫୁଟାଇ ଖୁସି ମନାଉଥିଲେ । ସନାତନ କାଳରେ ୧୪ବର୍ଷ ବନବାସ ପରେ ଭଗବାନ ଶ୍ରୀରାମ ଯେତେବେଳେ ଅଯୋଧ୍ୟା ଫେରିଥିଲେ, ସେତେବେଳେ ସମସ୍ତ ଚାହୁଁଥିଲେ କି ଆମେ ପ୍ରଥମେ ଭଗବାନ ଶ୍ରୀରାମଙ୍କୁ ଭେଟୁ, କିନ୍ତୁ ରାମ ତ ଜଣେ ଆଉ ଭକ୍ତ ଅନେକ । କିନ୍ତୁ ସେହି ସମୟରେ ଭଗବାନ ଶ୍ରୀରାମଙ୍କ ଏଭଳି କୃପା ହୋଇଥିଲା ଯେ, ଗୋଟିଏ କ୍ଷଣରେ ଭଗବାନ ଶ୍ରୀରାମ ସମସ୍ତଙ୍କୁ ଭେଟିଥିଲେ । ଏହି ଚମତ୍କାର କଥା ରାମଚରିତ ମାନସରେ ରହିଛି-ଯେଉଁଥିରେ ଲେଖାଯାଇଛି-ଛନ ମହିଂ ସବହି ମିଲେ ଭଗବାନା । ଉମା ମରମ ୟହ କାହୁଁ ନ ଜାନା । ସ୍ୱର୍ଣ୍ଣ ଓ ଫୁଲରେ ସୁଶୋଭିତ ରାମଲଲାଙ୍କ ଦର୍ଶନ କରି ରାମଭକ୍ତ ଧନ୍ୟ ହୋଇଯାଇଛନ୍ତି । କଳା ପଥରରେ ତିଆରି ପ୍ରତିମାରେ ଶ୍ରୀରାମଙ୍କ ବହୁତ ମନମୋହକ ଛବି ନଜର ଆସୁଛି । ଆଭାମଣ୍ଡଳ ଏପରି, ଜଣେ ଚାହିଁଲେ ଦେଖିକି ରହିଯିବ । ମଥାରେ ତିଳକ ଓ ସୁମଧୁର ହସ ସମସ୍ତଙ୍କ ମନକୁ ମୋହିଛି । ରାମଲଲାଙ୍କ ଏହି ମୂର୍ତ୍ତିର ମୁକୁଟ କଡରେ ସୂର୍ଯ୍ୟ ଭଗବାନ, ଶଙ୍ଖ, ସ୍ୱସ୍ତିକ, ଚକ୍ର ଓ ଗଦା ନଜର ଆସିଛି । ମୃର୍ତ୍ତିରେ ରାମଲଲାଙ୍କ ବାମ ହାତରେ ଧନୁ-ତୀର ଅଲୌକିକ ଦୃଶ୍ୟ ପ୍ରସ୍ତୁତ କରିଛି । ମୃର୍ତ୍ତିରେ ଭଗବାନ ବିଷ୍ଣୁଙ୍କ ୧୦ ଅବତାରର ସ୍ୱରୂପ ମଧ୍ୟ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅଯୋଧ୍ୟାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ସମ୍ବୋଧିତ କରି କହିଛନ୍ତି ଯେ, ବର୍ଷ ବର୍ଷର ପ୍ରତୀକ୍ଷା ପରେ ଆଜି ରାମ ଆସିଛନ୍ତି । ସେ କହିଛନ୍ତି ଆମର ରାମଲଲା ଏବେ ଟେଣ୍ଟ ତଳେ ନୁହେଁ, ଦିବ୍ୟ ମନ୍ଦିରରେ ରହିବେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବହୁତ କିଛି କହିବାକୁ ଅଛି କିନ୍ତୁ କଣ୍ଠ ଅବରୁଦ୍ଧ ହୋଇଯାଉଛି । ୨୦୨୪, ଜାନୁୟାରୀ ୨୨ କେବଳ ଏକ ତାରିଖ ନୁହେଁ, ଏହା ଏକ ନୂଆ ଯୁଗର ଆଗମନର ପ୍ରତୀକ ଅଟେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବର୍ଷ ବର୍ଷ ଅପେକ୍ଷା ପରେ ଭଗବାନ ରାମ ଶେଷରେ ଆସିଛନ୍ତି । ଆମେ ବର୍ଷ ବର୍ଷ ଧରି ଯେଉଁ ଧୈର୍ଯ୍ୟ ଧରିଥିଲେ, ଯେଉଁ ବଳିଦାନ ଦେଇଥିଲେ, ଏହାର ଶେଷରେ ଆମର ଭଗବାନ ରାମ ଆସିଛନ୍ତି ।

Leave a Reply