Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମ ମନ୍ଦିର ପରି ଆନ୍ଦୋଳନ ଦୁନିଆର କୌଣସି ସ୍ଥାନରେ ଘଟିନାହିଁ : କୃଷ୍ଣ ଗୋପାଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମ ମନ୍ଦିର ପରି ଆନ୍ଦୋଳନ ଦୁନିଆର କୌଣସି ସ୍ଥାନରେ ଘଟିନାହିଁ : କୃଷ୍ଣ ଗୋପାଳ

ଅଯୋଧ୍ୟା : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ ସର କାର୍ଯ୍ୟବାହ ଡା. କୃଷ୍ଣ ଗୋପାଳ ଶୁକ୍ରବାର ତୁଲସୀ ଉଦ୍ୟାନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରଧର୍ମ ପତ୍ରିକାର ଶ୍ରୀମନ୍ଦିର ପ୍ରାଣ ପ୍ରତିଷ୍ଠାର ସ୍ୱତନ୍ତ୍ର ସଂଖ୍ୟାକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଡକ୍ଟର କୃଷ୍ଣ ଗୋପାଳ କହିଛନ୍ତି ଯେ ରାମ ମନ୍ଦିର ଭଳି ଆନ୍ଦୋଳନ ଦୁନିଆର ଅନ୍ୟ କୌ ଣସି ସ୍ଥାନରେ ହୋଇ ନାହିଁ । ଦେଶ ସ୍ୱାଧୀନତା ପାଇବା ପରେ ଭାରତୀୟମାନେ ଆଶା କରିଥିଲେ ଯେ ଭାଙ୍ଗିଯାଇଥିବା ଆମର ମନ୍ଦିରକୁ ଆମେ ଫେରାଇ ଆଣିବୁ, କିନ୍ତୁ ଯେତେବେଳେ ଆମେ ରାମ, କୃଷ୍ଣ ଏବଂ ଶିବଙ୍କ ମନ୍ଦିରକୁ ଫେରି ନ ଥିଲୁ, ସେତେବେଳେ ଆମକୁ ଆନ୍ଦୋଳନ କରିବାକୁ ପଡିଲା । ରାମ ମନ୍ଦିର ପାଇଁ କରସେବା ଆରମ୍ଭ ହୋଇଥିଲା । ଏହା ଦ୍ବାରା ଏକ ସୁନ୍ଦର ଇତିହାସ ସୃଷ୍ଟି ହୋଇଥିଲା । ଆଜି ରାମଙ୍କ ଐତିହ ସାରା ବିଶ୍ୱରେ ବ୍ୟାପିଛି ।

Leave a Reply