Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ପ୍ରତି ଦିଗରୁ ଐତିହାସିକ କରିବା ନିମନ୍ତେ ଉଦ୍ୟମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ପ୍ରତି ଦିଗରୁ ଐତିହାସିକ କରିବା ନିମନ୍ତେ ଉଦ୍ୟମ

ଅଯୋଧ୍ୟା: ଭଗବାନ ରାମ ଏହି ଦେଶର ମାଟିର ପ୍ରତୀକ ଅଟନ୍ତି, ଆସ୍ଥାର ପ୍ରତୀକ ଅଟେ ଏବଂ ଏହି ଦେଶର ସଂସ୍କୃତିର ପ୍ରତୀକ ଅଟେ । ଯେଉଁ ପବିତ୍ର ମାଟିରେ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଚନ୍ଦ୍ର ଜନ୍ମ ନେଇଛନ୍ତି, ସେହି ଅଯୋଧ୍ୟାର ମାଟିର ଦର୍ଶନ କରିବାରେ ନିରନ୍ତର ଭକ୍ତ ଆସୁଛନ୍ତି ଏବଂ ୨୨ ଜାନୁଆରୀ ପରେ ଅସଂଖ୍ୟ ଭକ୍ତ ଏଠାକୁ ଆସିବେ । ଯେଉଁ ମାଟି(ରାମନଗରୀ) ଉପରେ ଅନେକ ଦିନରୁ ଅପେକ୍ଷା ପରେ ରାମଲଲାଙ୍କ ଭବ୍ୟ ମନ୍ଦିର ତିଆରି ହେଉଛି, ୨୨ ଜାନୁଆରୀକୁ ଏବେ ସେହି ପବିତ୍ର ମାଟିରେ ରାମଜ୍ୟୋତି ନା କେବଳ ଅଯୋଧ୍ୟା, ପରନ୍ତୁ ଦେଶ ଦୁନିଆରେ ପ୍ରଜ୍ଜ୍ୱଳିତ ହେବ । ତେବେ ଶ୍ରୀରାମଲଲା ଏବଂ ହନୁମାନଗଢ଼ୀର ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ଏଠାର କୁମ୍ଭାରଙ୍କ ଠାରୁ ଦୀପ କିଣି ନେଉଛନ୍ତି, ଯାହାକୁ ୨୨ ଜାନୁଆରୀକୁ ପ୍ରାଣ ପ୍ରତିଷ୍ଠା ପରେ ସନ୍ଧ୍ୟାକୁ ନିଜ ଘରେ ରାମଜ୍ୟୋତି ଜଳାଇ ଦୀପୋତ୍ସବ ପାଳନ କରିବେ । ସେଠାରେ ଅନ୍ଧକାରରୁ ଆଲୋକ ଆଡ଼କୁ ଯିବାର ସନ୍ଦେଶ ଦେବେ । ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ପ୍ରତି ଦିଗରୁ ଐତିହାସିକ କରିବା ନିମନ୍ତେ ଉଦ୍ୟମ କରାଯାଉଛି । ଏଥିରେ କେବଳ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ଯୋଗଦାନ ନାହିଁ, ଭକ୍ତମାନେ ମଧ୍ୟ ସହଯୋଗ କରିଛନ୍ତି । ଏହି କ୍ରମରେ ଆଜି ସନ୍ଧ୍ୟାରେ ଅଯୋଧ୍ୟାରେ ଦୁନିଆର ସବୁଠୁ ବଡ ଦୀପ ଜଳାଇ ରେକର୍ଡ କରିବାକୁ ପ୍ରସ୍ତୁତି ଚାଲିଛି । ସନ୍ଧ୍ୟାରେ ଦୀପ ଜଳାଇ ଶ୍ରୀରାମଲଲାଙ୍କ ପ୍ରାଣ- ପ୍ରତିଷ୍ଠା ମହାମହୋତ୍ସବର ଶୁଭାରମ୍ଭ କରାଯିବ । ଏହି ଦୀପ ରାମନଗରୀରେ ରାମଘାଟ ସ୍ଥିତ ତପସ୍ୱୀ ଛାଭନୀରେ ଜଳାଯିବ ।

Leave a Reply