Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମ ରାଜ୍ୟରୁ ମିଳିଛି ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ପ୍ରେରଣା : ମୋଦି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମ ରାଜ୍ୟରୁ ମିଳିଛି ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ପ୍ରେରଣା : ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମହାରାଷ୍ଟ୍ରର ସୋଲାପୁରରେ ଏକ ସାର୍ବଜନୀନ ସଭାକୁ ସମ୍ବୋଧିତ କରି ଲୋକଙ୍କୁ ଜାନୁୟାରୀ ୨୨ରେ ନିଜ ନିଜ ଘରକୁ ରାମ ଜ୍ୟୋତିରେ ପ୍ରଜ୍ଜ୍ୱଳିତ କରିବାକୁ ପୁଣି ଥରେ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ଜାନୁୟାରୀ ୨୨ରେ ଜଳାଯିବାକୁ ଥିବା ରାମ ଜ୍ୟୋତି ଲୋକଙ୍କ ଜୀବନରୁ ଦାରିଦ୍ର‌୍ୟ ଦୂର କରିବା ପାଇଁ ପ୍ରେରଣା ପାଲଟିବ । ପ୍ରଧାନମନ୍ତ୍ରୀ ସୋଲାପୁରରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମ ସମୟରେ ପ୍ରାୟ ୨,୦୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିବା ପରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଆମ ସରକାର ପ୍ରଥମ ଦିନରୁ ପ୍ରୟାସ କରୁଛି ଯେ, ଶ୍ରୀରାମଙ୍କ ଆଦର୍ଶରେ ଚାଲି ଦେଶରେ ସୁଶାସନ ହେଉ, ଦେଶରେ ନୈତିକତାର ରାଜ ହେଉ । ଏହାହିଁ ରାମରାଜ୍ୟ ଅଟେ, ଯିଏ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସର ପ୍ରେରଣା ଦେଇଥିଲେ ।

Leave a Reply