Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାର ରାମମନ୍ଦିର ଉପରେ ଡାକ ଟିକେଟ୍ ଜାରି କଲେ ପିଏମ ମୋଦି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାର ରାମମନ୍ଦିର ଉପରେ ଡାକ ଟିକେଟ୍ ଜାରି କଲେ ପିଏମ ମୋଦି


ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଅଯୋଧ୍ୟାର ରାମମନ୍ଦିର ଉପରେ ୬ଟି ବିଶେଷ ସ୍ମାରକ ଡାକ ଟିକେଟ ଓ ଏକ ବୁକଲେଟର ଅନାବରଣ କରିଛନ୍ତି । ସ୍ମାରକ ଡାକ ଟିକେଟରେ ରାମମନ୍ଦିର, ଭଗବାନ ଗଣେଶ, ଭଗବାନ ହନୁମାନ, ଜଟାୟୁ, କେଭଟରାଜ ଓ ମାଆ ଶବରୀ ସାମିଲ ଅଛନ୍ତି । ଷ୍ଟାମ୍ପ ବୁକଲେଟ୍ ହେଉଛି ବିଭିନ୍ନ ସମାଜରେ ଭଗବାନ ରାମଙ୍କ ଅନ୍ତର୍ଜାତୀୟ ଅପିଲକୁ ପ୍ରଦର୍ଶିତ କରିବା ପାଇଁ ଏକ ପ୍ରୟାସ ଅଟେ । ୪୮ ପୃଷ୍ଠାର ଏହି ପୁସ୍ତକରେ ଆମେରିକା, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, କାନାଡା, କାମ୍ବୋଡିଆ ଓ ମିଳିତ ଜାତିସଂଘ ପରି ସଙ୍ଗଠନ ସହିତ ୨୦ରୁ ଅଧିକ ଦେଶ ଦ୍ୱାରା ଜାରି କରାଯାଇଥିବା ଡାକ ଟିକେଟ୍ ସାମିଲ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଆଜି ମୋତେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ସହିତ ସମ୍ବନ୍ଧିତ ଆଉ ଏକ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିଲା । ଆଜି ରାମମନ୍ଦିରକୁ ସମର୍ପିତ ୬ଟି ଡାକ ଟିକେଟ ଜାରି କରାଯାଇଛି । ଏହାସହିତ ସାରା ଦୁନିଆରୁ ଭଗବାନ ରାମଙ୍କ ଉପରେ ଜାରି ଟିକେଟ୍ ବୁକଲେଟ୍ ମଧ୍ୟ ଜାରି କରାଯାଇଛି ।

Leave a Reply