ଗଡିଆଯୋର ପଞ୍ଚାୟତର ଗଡିଆ ଯୋର, ପିପଲା, ଆମ୍ବଗୁଡା ଗ୍ରାମଗୁଡ଼ିକରେ

ଧର୍ମଗଡ଼: ବହୁ ବର୍ଷର ବାଦ ବିବାଦ ପରେ ଅପେକ୍ଷାର ଅନ୍ତ ଘଟି ଆଗାମୀ ୨୨ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏନେଇ ସାରା ଦେଶ ଉତ୍ସବମୁଖର ହୋଇ ଉଠୁଥିବା ବେଳେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରୁ ଆସିଥିବା ଅକ୍ଷତ କଳସ ସ୍ୱାଗତ ସହିତ ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ପ୍ରତି ଗାଁ ଗାଁ କରାଯାଉଛି । ଏହି କ୍ରମରେ ଗତ ରବିବାର ଗଡିଆଯୋର ପଞ୍ଚାୟତର ଗଡିଆ ଯୋର, ପିପଲା, ଆମ୍ବଗୁଡା ଗ୍ରାମଗୁଡ଼ିକରେ ବହୁ ହର୍ଷଉଲ୍ଲାସ ସହ ଶ୍ରୀରାମ ଭକ୍ତଙ୍କ ଦ୍ୱାରା ସମାପନ ହୋଇଯାଇଛି । ବିଜେପି ନେତା ଝସକେତନ ପାରିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ ଦଈମତୀ ପାରି, ହନୁମାନ ଚାଳିଶା ପାଠ କମିଟିର ଚିତ୍ରସେନ ନାଏକ, ତିଲକରାମ ନାଏକ, କପିଲ ନାଏକ, ପ୍ରଦୀପ ନାଏକ, ଲଲିତ ନାଏକ, ତ୍ରିଲୋଚନ ନାଏକ, ଗୋବିନ୍ଦ ନାଏକ, କ୍ଷିତ ଗୋପାଲ, ଟିକଚନ ପାରି, ମନୋରଞ୍ଜନ ନାଏକ, ରାଜେନ୍ଦ୍ର ପାରୀ, ଲଲିତ ପାରି ଏବଂ ଅନ୍ୟାନ୍ୟ ଗ୍ରାମବାସୀ ସାମିଲ ହୋଇଥିଲେ । ପ୍ରଥମେ ଗଡିଆଯୋର ଗାଁରେ ଏକ ଆଧ୍ୟାତ୍ମିକ ପରିବେଶରେ ଭଜନ କୀର୍ତ୍ତନ ସହ ଅନେକ ପୁରୁଷ ମହିଳା ସାମିଲ ହୋଇ ଗାଁ ପରିକ୍ରମା କରି ଅଯୋଧ୍ୟାରୁ ଆସିଥିବା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅକ୍ଷତ ଏବଂ ନିମନ୍ତ୍ରଣ ପତ୍ର ଘର ଘର ବୁଲି ବଣ୍ଟନ କରାଯାଇଥିଲା । ପରେ ପିପଲା ଓ ଆମ୍ବଗୁଡା ଗ୍ରାମରେ ମଧ୍ୟ ଗ୍ରାମବାସୀଙ୍କ ଦ୍ୱାରା ଭକ୍ତିମୟ ପରିବେଶରେ ଶ୍ରୀ ରାମଙ୍କ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ଗ୍ରାମ ପରିକ୍ରମା ସହ ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *