Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନେଇ ଗାଁ ଚଳଚଞ୍ଚଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନେଇ ଗାଁ ଚଳଚଞ୍ଚଳ

ବୋଲଗଡ : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଅଯୋଧ୍ୟା ନଗରୀ ଯେତିକି ଖୁସି ମନାଉଛି ସେତିକି ଖୁସି ମଧ୍ୟ ସାର ବିଶ୍ୱରେ ଗାଁ ଠାରୁ ସହର ଓ ଅଣହିନ୍ଦୁ ଦେଶ ଇଣ୍ଡୋନେସିଆ ପରି ବହୁ ଦେଶରେ ଜାନୁୟାରୀ ୨୨ ତାରିଖରେ ସ୍ୱତନ୍ତ୍ର ଉତ୍ସବ ପାଳନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଶେଷ ଭାବେ ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକର ବିଭିନ୍ନ ଗ୍ରାମରେ ପ୍ରସ୍ତୁତି ଆରମ୍ଭ ହୋଇଛି । ବୋଲଗଡ ବ୍ଲକ ବାଙ୍କୋଇ ଗ୍ରାମର ପୁରାତନ କବି ତଥା ରାମାୟଣର ସରଳ ଅନୁବାଦକ ଅନଙ୍ଗ ନରେନ୍ଦ୍ରଙ୍କ କୃତ ରାମାୟଣ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପୂଜା ପାଉଥିବା ବେଳେ ଦଶପଲ୍ଲାର ବିଶ୍ୱପ୍ରସିଦ୍ଧ ରାମାୟଣ ଯାତ୍ରା ଓ ବୋଲଗଡ ବ୍ଲକର ଚମ୍ପାଇଲୋ ଗ୍ରାମର ଶ୍ରୀରଘୁନାଥଙ୍କ ପୁରାଣ ଟୁଙ୍ଗୀ ମନ୍ଦିରରେ ଏହି ଯାତ୍ରା ପୂଜା ନୀତି ହୁଏ । ଏନେଇ ଗ୍ରାମରେ ଆସନ୍ତା ୨୨ ତାରିଖରେ ମର୍ଯ୍ୟାଦା ପୁରୁଷ ରାମ, ଅନୁଜ ଲକ୍ଷ୍ମଣ, ମାତା ସୀତା, ହନୁମାନ, ରାବଣ ଠାରୁ ଲଙ୍କା ଅସୁର ଓ ବାନରସେନାଙ୍କୁ ନେଇ ଗ୍ରାମରେ ଶ୍ରୀରାମଙ୍କର ଭାବଧାରା ପ୍ରଚାର ପ୍ରଦର୍ଶନ ସହ ପୂଜାନୀତି ସହ ଅନ୍ନପ୍ରସାଦ ସେବା କାର୍ଯ୍ୟ କରାଯିବ । ଏନେଇ ଗ୍ରାମର ଯୁବକମାନଙ୍କ ଦ୍ୱାରା ବିଭିନ୍ନ ଚରିତ୍ର ମାନଙ୍କର ମୁଖାର ଶୁଙ୍ଗାର କାର୍ଯ୍ୟ ଓ ବିଭିନ୍ନ ଆନୁସଙ୍ଗିକ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏନେଇ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ସମିତସଭ୍ୟ ପ୍ରମୋଦ ପ୍ରତାପସିଂହ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମନୋଜ ଗୁମାନସିଂହ, ଗୋପାଳ ଫତେସିଂହ, ସମରେନ୍ଦ୍ର ଦକ୍ଷିଣକବାଟ, ରତିକାନ୍ତ ରାଉତରାୟ, ଦୀପକ ଜେନା, ନକୁଳ ରଣସିଂହ ଓ ଅଜିତ ପାହାଡସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ରାମାୟଣ ଚରିତ୍ରମାନଙ୍କ ମଧ୍ୟ ରିଅଲସେଲ ହେଇଛି । ସେହିପରି ଅନଙ୍ଗକ୍ଷେତ୍ର ବାଙ୍କୋଇ, କବିତୀର୍ଥ ସାନପଦର, ମୁଣ୍ଡିଆପଡା ମଣ୍ଡନଗୀରି ପରି ବିଭିନ୍ନ ସ୍ଥାନରେ ଏହି ଉତ୍ସବ ପାଳନ ହେବ ବୋଲି ଜଣାଯାଇଛି ା

May be an image of 4 people and temple

Leave a Reply