ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନିମନ୍ତେ ଏରସମା ବ୍ଲକ ୪ନଂ ଜୋନ୍‌ର ବାଲିତୁଠ ପଞ୍ଚାୟତରେ ଘରେ ଘରେ ନିମନ୍ତ୍ରଣପତ୍ର

କୁଜଙ୍ଗ : ଏରସମା ବ୍ଲକ ୪ନଂ ଜୋନ୍‌ର ବାଲିତୁଠ ପଞ୍ଚାୟତରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନିମନ୍ତେ ଘରେ ଘରେ ନିମନ୍ତ୍ରଣ ପତ୍ର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମଟି ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶଶାଙ୍କ ଶେଖର ସାହାଣିଙ୍କ ନେତୃତ୍ୱରେ ବାଲିତୁଠ ପଞ୍ଚାୟତରେ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପୂଜା କରାଯାଇ ଏକ ସଂକୀର୍ତ୍ତନ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ପ୍ରତ୍ୟେକ ଗ୍ରାମରେ ଘରେ ଘରେ ଅକ୍ଷତ ଚାଉଳ ଓ ରାମଚନ୍ଦ୍ର ମନ୍ଦିର ପ୍ରାଣ ପ୍ରତିଷ୍ଠା ଲାଗି ନିମନ୍ତ୍ରଣ କାର୍ଡ ଦେବା ସହିତ ପ୍ରଭୁ ରାମଚନ୍ଦ୍ର ମନ୍ଦିର ୨୨ ତାରିଖରେ ହେବାକୁ ଥିବା ପ୍ରତିଷ୍ଠା ଉତ୍ସବ ଦିନ ନିଜ ଘରେ ନିଷ୍ଠାପୂର୍ବକ ଭଗବାନଙ୍କ ରାମଙ୍କ ବିଜୟା ମନ୍ତ୍ର ଜପ କରିବା ସହ ହନୁମାନଙ୍କ ଚାଳିଶା ପାଠ କରିବେ ଓ ଘରର ସବୁ ଦୂଆରେ ଦୀପ ଜାଳି ପ୍ରଭୁଙ୍କ ନାମ ସଂକୀର୍ତ୍ତନ କରିବେ ବେଲି ବିଜେପି ନେତଡକ୍ଟର ଶଶାଙ୍କ ଶେଖର ସାହାଣୀ ଲେକମାନଙ୍କୁ ବୁଝାଇବା ସହ ଡକ୍ଟର ସାହାଣୀ ଗ୍ରାମରେ ଥିବା ଗ୍ରାମଦେବତୀଙ୍କ ମନ୍ଦିରର ସଫେଇ କାର୍ଯ୍ୟ କରି ପରିବେଶ ସ୍ୱଚ୍ଛତା କରିଥିଲେ । ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଂଯୋଜକ ନୃସିଂହ ଚରଣ ସାହୁ, ଜିଲ୍ଲା ସଂଯୋଜକ କ୍ଷୀରୋଦ ପରିଡ଼ା, ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ତପନ କୁମାର ବେହେରା, ନହରଣା ମଣ୍ଡଳ ବିଜେପି ପ୍ରମୁଖ ପ୍ରସନ୍ନ ପରିଡା, ମନୋରଞ୍ଜନ ସାମନ୍ତରାୟ, ୪ନଂ ଜୋନ୍ ମଣ୍ଡଳ ସମ୍ଫାଦକ ସୁରେଶ ସାମନ୍ତରାୟ, ବାଲିତୁଠ ପଞ୍ଚାୟତ ପ୍ରମୁଖ ଶିବ ସ୍ୱାଇଁ, ବାମଦେଇପୁର ପ୍ରମୁଖ ନିରଞ୍ଜନ ପରିଡା, ଉମାକାନ୍ତ ପରିଡ଼ା ଓ ଘନଶ୍ୟାମ ପୁହାଣ ପ୍ରମୁଖ ଜନସାଧାରଣଙ୍କ ଘରେ ଘରେ ନିମନ୍ତ୍ରଣ କାର୍ଡ ଦେଇଥିଲେ ।

Leave a Reply

Your email address will not be published. Required fields are marked *