Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋ ପୂଜନ ସହ ପୋଙ୍ଗଲ ପାଳନ କଲେ ପ୍ରଧାନମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋ ପୂଜନ ସହ ପୋଙ୍ଗଲ ପାଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କେନ୍ଦ୍ରମନ୍ତ୍ରୀ ଏଲ.ମୁରୁଗନଙ୍କ ଘରେ ପୋଙ୍ଗଲ ପାଳନ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ପୂଜାରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବା ସହ ଗୋ ପୂଜନ ମଧ୍ୟ କରିଥିଲେ । ଏଲ. ମୁରୁଗନଙ୍କ ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ପୋଙ୍ଗଲ ଲାଗି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ପୋଙ୍ଗଲ କାର୍ଯ୍ୟକ୍ରମର ଭରପୁର ଉପଭୋଗ କରିବା ସହିତ ଦେଶବାସୀଙ୍କୁ ମକରସଂକ୍ରାନ୍ତି, ଲୋହରୀ ଓ ପୋଙ୍ଗଲର ଶୁଭକାମନା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଏଲ.ମୁରୁଗନଙ୍କ ଘରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରସ୍ତୁତି ଦେଉଥିବା ଏକ ବାଳିକାକୁ ପ୍ରଧାନମନ୍ତ୍ରୀ ଖୁସିରେ ତାଙ୍କ ସାଲ ଉପହାର ଦେଇଛନ୍ତି । କାର୍ଯ୍ୟକ୍ରମରେ ଜଣେ ଯୁବ ଗାୟକ ପ୍ରସ୍ତୁତି ଦେଉଥିଲେ । ଏହା ପରେ ଗାୟିକା ପ୍ରସ୍ତୁତି ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଖୁସିରେ ବାଳିକାକୁ ନିଜର ସାଲ ଉପହାର ଦେଇ ପୁରସ୍କୃତ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଗତକାଲି ଲୋହରୀ ଉତ୍ସବ ପାଳିତ ହୋଇଥିଲା । କିଛି ଲୋକେ ରବିବାର ମକର ସଂକ୍ରାନ୍ତି ପାଳନ କରୁଛନ୍ତି ଓ କାଲି ସୋମବାର ଅନେକ ଲୋକେ ସଂକ୍ରାନ୍ତି ପାଳନ କରିବେ, ସମସ୍ତଙ୍କୁ ଏହି ଅବସରରେ ହାର୍ଦ୍ଦିକ ଶୁଭକାମନା ଜ୍ଞାପନ କରୁଛି ।ଏଲ.ମୁରୁଗନଙ୍କ ଘରେ ପୋଙ୍ଗଳ ପାଳନ ଦେଖି ପ୍ରଧାନମନ୍ତ୍ରୀ ଏତେ ମାତ୍ରାରେ ଅଭିଭୂତ ହୋଇଯାଇଥିଲେ ଯେ ସେ ନିଜ ପରିଜନଙ୍କ ସହ ପୋଙ୍ଗଲ ପାଳନ କରୁଥିବା ଭଳି ଅନୁଭବ କରୁଥିବା କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ପୋଙ୍ଗଲର ଶୁଭକାମନା ଜଣାଇବା ସହିତ ଆପଣମାନଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସନ୍ତୁଷ୍ଟି ଆସୁ ବୋଲି କାମନା କରିଛନ୍ତି । ମୋତେ ଏପରି ଲାଗୁଛି ଯେ ମୁଁ ମୋ ପରିବାର ସହିତ ପୋଙ୍ଗଲ ପାଳନ କରୁଛି ବୋଲି କହିଛନ୍ତି ।

Leave a Reply