Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ହେଉଛି ରାଷ୍ଟ୍ରୀୟ ସ୍ୱାଭିମାନର ପୁର୍ନପ୍ରତିଷ୍ଠା : ମିଲିନ୍ଦ ପରାଣ୍ଡେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ହେଉଛି ରାଷ୍ଟ୍ରୀୟ ସ୍ୱାଭିମାନର ପୁର୍ନପ୍ରତିଷ୍ଠା : ମିଲିନ୍ଦ ପରାଣ୍ଡେ

ଅଯୋଧ୍ୟା : ଶ୍ରୀରାମ ଜନ୍ମଭୂମି ଉପରେ ଭବ୍ୟ ଏବଂ ଦିବ୍ୟ ମନ୍ଦିରର ନିର୍ମାଣ ରାଷ୍ଟ୍ରର ଅସ୍ମିତା ଏବଂ ସ୍ୱାଭିମାନ ସହିତ ସମ୍ବନ୍ଧିତ ଅଟେ । କାହିଁକି ନା ହିନ୍ଦୁମାନଙ୍କୁ ଅପମାନିତ କରିବା ପାଇଁ ମନ୍ଦିର ଭଙ୍ଗା ଯାଇଥିଲା । ସେଠାରେ ଯେଉଁ ଢାଂଚା ଠିଆ ହୋଇଥିଲା ତାହା ଅପମାନର ପ୍ରତୀକ ଥିଲା । ତାକୁ ହଟାଇ ରାମ ମନ୍ଦିର ସ୍ଥାପନା ରାଷ୍ଟ୍ରୀୟ ସ୍ୱାଭିମାନର ପୁନର୍ପତିଷ୍ଠାର ବିଷୟ ଅଟେ । ଏହି କଥା ବିଶ୍ୱ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ମହାମନ୍ତ୍ରୀ ମିଲିନ୍ଦ ପରାଂଡେ କହିଛନ୍ତି । ସେ ହିନ୍ଦୁସ୍ଥାନ ସମାଚାରକୁ ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ ଯେଉଁ ଦେଶରେ ୮୦ ପ୍ରତିଶତରୁ ଅଧିକ ହିନ୍ଦୁ ରହୁଛନ୍ତି ସେଠାରେ ରାମ, କୃଷ୍ଣ ଏବଂ ଶିବଙ୍କ ମନ୍ଦିରକୁ ବନାଇବାରେ ଦ୍ୱିତୀୟ ବର୍ଷ ଲାଗିଯିବ, ଏହାଠାରୁ ବଡ଼ ଅପମାନର କଥା କ’ଣ ଅଛି । ଏହି କଥାବାର୍ତାର କିଛି ଅଂଶ ।

ପ୍ରଶ୍ନ- କ’ଣ ବିଶ୍ୱହିନ୍ଦୁ ପରିଷଦ ମଥୁରା ଏବଂ କାଶୀର ପୁରୁଣା ଏଜେଣ୍ଡା ଉପରେ ଆଜି ମଧ୍ୟ ସ୍ଥିର ଅଛି?

ଉତର- ଅଯେଧ୍ୟା, ମଥୁରା ଏବଂ କାଶୀ ହିନ୍ଦୁ ସମାଜର ସଂକଳ୍ପ ଥିଲା । ରାମଙ୍କ ମନ୍ଦିର ଆମେ ସେହିଠାରେ ତିଆରି କରିବା ଏହି ସଂକଳ୍ପ ପୂର୍ଣ୍ଣ ହେଉଛି । ଭବ୍ୟ ବନାଇବାର ସଂକଳ୍ପ ମଧ୍ୟ ଏକ ଦୁଇ ବର୍ଷରେ ପୂର୍ଣ୍ଣ ହୋଇଯିବ । ହିନ୍ଦୁ ସମାଜ ନିକଟ ଭବିଷ୍ୟତରେ କାଶୀ ଏବଂ ମଥୁରାର ସଂକଳ୍ପ ପୂର୍ଣ୍ଣ କରିବ ବୋଲି ଭିଏଚପିର ପୂର୍ଣ୍ଣ ବିଶ୍ୱାସ ଅଛି ।

ପ୍ରଶ୍ନ – କ’ଣ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟରେ ଭିଏଚପିର ପ୍ରତିନିଧିତ୍ୱ ଆଗକୁ ରହିବ?

ଉତର- ଭିଏଚପି ମନ୍ଦିର ପରିଚାଳନାରେ ରହିବ ନାହିଁ । ଆଜି ମଧ୍ୟ ଆମେ ଟ୍ରଷ୍ଟକୁ ସହଯୋଗ କରୁଛୁ । ଏହା ସ୍ୱତନ୍ତ୍ର ଟ୍ରଷ୍ଟ ଅଟେ । ରାମ ମନ୍ଦିର ଆନ୍ଦୋଳନ ସହିତ ଭିଏଚପି ଯୋଡ଼ିହୋଇଛି, ଏଥିପାଇଁ ଏଠାରେ ଯେତେବେଳେ ସହଯୋଗ ଆବଶ୍ୟକ ହେବ ଆମେ ପ୍ରସ୍ତୁତ ରହିବୁ । ଆମେ ଏହା ଚାହୁଁ ଯେ ମନ୍ଦିର ସଂଚାଳନରେ ସମସ୍ତ ଜାତି-ସମ୍ପ୍ରଦାର ସହଭାଗିତା ରହୁ ।

ପ୍ରଶ୍ନ- ଏହି ସମୟ ଦେଶରେ ଅକ୍ଷତ ବିତରଣର କାର୍ଯ୍ୟକ୍ରମ ଚାଲୁରହିଛି । କେତେ ପରିବାରରେ ସମ୍ପର୍କର ଯୋଜନା ଅଛି?

ଉତର- କୋଟି କୋଟି ଲୋକଙ୍କ ସହଭାଗିତାରେ ଏହମନ୍ଦିର ତିଆରି ହୋଇଛି । ଏଥିପାଇଁ ସମ୍ପୂର୍ଣ୍ଣ ସମାଜ ସହଭାଗୀ ହେଉଛି । ଆମେ ସାଢ଼େ ୧୩କୋଟି ପରିବାର ପର୍ଯ୍ୟନ୍ତ ସମର୍ପଣ ଅଭିଯାନରେ ଯାଇଥିଲେ । ଏଥର ଲକ୍ଷ ଯେ ଆମେ ୨୦ କୋଟି ପରିବାର ପର୍ଯ୍ୟନ୍ତ ଯାଇପାରିବୁ । ୨୨ ଜାନୁଆରୀରେ ଯେତେବେଳେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠାର କାର୍ଯ୍ୟକ୍ରମ ସମ୍ପନ୍ନ ହେଉଛି ସେହି ସମୟରେ ଅତି କମ୍‌ରେ ଦେଶର ପାଂଚଲକ୍ଷ ମନ୍ଦିରରେ କାର୍ଯ୍ୟକ୍ରମ ହେବ ।

ପ୍ରଶ୍ନ- ଭିଏଚପିର କାମ ତ ବିଶ୍ୱର ଅନ୍ୟ ଦେଶରେ ମଧ୍ୟ । ସେଠାରେ ରାମୋତ୍ସବକୁ ନେଇ କ’ଣ ପ୍ରସ୍ତୁତି ଅଛି?

ଉତର- ଭାରତ ବାହାରେ ଅନ୍ୟ ୬୦ ଦେଶରେ ଭିଏଚପିର ଯୋଜନାରେ ରାମୋତ୍ସବ ହେଉଛି । ଯେଉଁଠାରେ ଆମର ସଂଗଠନ ମଧ୍ୟ ନାହିଁ ସେଠାରେ ହିନ୍ଦୁ ଆହ୍ଲାଦିତ ହେଉଛନ୍ତି । ଭାରତ ଭିତରେ ଏବଂ ବୈଶ୍ୱିକ ସ୍ତରରେ ଏତେବଡ଼ କାର୍ଯ୍ୟକ୍ରମ ପ୍ରଥମ ଥର ହେଉଛି । ଦେଶରେ ଏବଂ ବିଦେଶରେ ମଧ୍ୟ ଯେଉଁ କାର୍ଯ୍ୟକ୍ରମ ହେଉଛି ସେଠାରେ ମନ୍ଦିର କେନ୍ଦ୍ରିତ ହେଉଛି । ସେଠାରେ ମଧ୍ୟ ହଜାର ହଜାର ମନ୍ଦିରରେ କାର୍ଯ୍ୟକ୍ରମ ହେବ ।

ପ୍ରଶ୍ନ- ଅଶୋକ ସିଂହଲଙ୍କ ସ୍ମୃତିକୁ ଚିରସ୍ଥାୟୀ କରିବା ପାଇଁ କ’ଣ ଭିଏଚପି କୌଣସି ଅନ୍ୟ କାମ କରିବ?

ଉତର- ଅଶୋକ ସିଂହଲଙ୍କ ନାମରେ ଅନେକ ସ୍ଥାନରେ କାର୍ଯ୍ୟ ପ୍ରାରମ୍ଭ ହୋଇଛି, ତେବେ ଭିଏଚପିର ଉଦ୍ଦେଶ୍ୟର ପୂର୍ତି ତାଙ୍କୁ ପ୍ରକୃତ ଏବଂ ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ । ଆଜି ଯେଉଁଠାରେ ଭିଏଚପି ଠିଆ ହୋଇଛି ସେଥିରେ ତାଙ୍କର ବହୁତ ବଡ଼ ଯୋଗଦାନ ରହିଛି । ରାମ ମନ୍ଦିର ହେଉଛି । ଗୋରକ୍ଷା, ସାମାଜିକ ସମରସତା ଏବଂ ବେଦର ପ୍ରଚାର ହେଉ ଏହା ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ହେବ ।

May be an image of 1 person

Leave a Reply