ଶିଶୁକୁ ଶକ୍‌ତିଶାଳୀ ଓ ସଫଳ କରିବାରେ ମାଙ୍କ ଭୂମିକା ଅନନ୍ୟ

ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିରରେ ମାତୃ ସମ୍ମିଳନୀ

ପଟ୍ଟାମୁଣ୍ଡାଇ : କୋମଳମତି ଶିଶୁଙ୍କ ପ୍ରଥମ ଗୁରୁ ମା ହୋଇଥିବାରୁ ଶିଶୁକୁ ଶକ୍‌ତିଶାଳୀ ଓ ସବୁ କ୍ଷେତ୍ରରେ ସଫଳ କରିବାରେ ମା\’ଙ୍କ ଭୂମିକା ଅନନ୍ୟ ବୋଲି ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିରରେ ଆୟୋଜିତ ମାତୃସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇ ପ୍ରେସ କ୍ଲବ କାର୍ଯ୍ୟକାରୀସଭାପତି ଅକ୍ଷୟ ସାହୁ ପ୍ରକାଶ କରିଛନ୍ତି ଓ ପ୍ରଧାନଆଚାର୍ଯ୍ୟ ନାରାୟଣ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ମାତୃ ସମ୍ମିଳନୀରେ ଶତାଧିକ ମା ଯୋଗ ଦେଇ ଶିକ୍ଷା ମନ୍ଦିର ଶିକ୍ଷା ବ୍ୟବସ୍ଥା, ପରୀକ୍ଷା ଫଳାଫଳ ଓ ଶିଶୁମାନଙ୍କୁ ସଠିକ ମାର୍ଗଦର୍ଶନ ଉପରେ ନିଜ ନିଜର ବ୍ୟକ୍ତିଗତ ମତାମତ ଉପସ୍ଥାପନ କରିଥିଲେ । ସହକାରୀ ପ୍ରଧାନଆଚାର୍ଯ୍ୟ ଅଜିତ ମଲ୍ଲିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସହକାରୀ ଆଚାର୍ଯ୍ୟ ପ୍ରଭୁଦତ୍ତ ଦାଶ ସ୍‌୍ୱାଗତଭାଷଣ ଓ ଭାଗ୍ୟଶ୍ରୀ ପରିଡା ଅତିଥିପରିଚ । ପ୍ରଦାନ କରିଥିଲେ । ଗୁରୁ ମା ସୁଲୋଚନା ମିଶ୍ର ଅର୍ପିତା ଦାସ, ସ୍ମିତା ଦାସ ରୀନା ନାୟକ, ସୁଚିତ୍ରା ମହାନ୍ତି, ପ୍ରଭାତୀ ଦାସ, ଜ୍ୟୋତ୍ସ୍ନାରାଣୀ ପ୍ରଧାନ ପ୍ରମୁଖ ପରିଚାଳନା କରିଥିବାବେଳେ ସାଗରୀକା ଦାସ, କଳ୍ପନା ସେନାପତି ବିଜୟାଲଷ୍ମୀ ପରିଡା,ମମତା ଦେ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସୁଲୋଚନା ମିଶ୍ର ଧନ୍ୟବାଦ ଦେଇଥିଲେ । ଏ ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିରର ଏହି ମାତୃ ସମ୍ମିଳନୀରେ ଦୁଇ ଶହରୁ ଉର୍ଦ୍ଧ ମା ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *