ଜାନୁୟାରୀ ୨୨ରେ ପ୍ରତି ଘରେ ଶ୍ରୀରାମ ଜ୍ୟୋତି ପ୍ରଜ୍ଜ୍ୱଳିତ କରିବାକୁ ଅନୁରୋଧ କଲେ ପିଏମ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁୟାରୀ ୨୨ରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହର ଶୁଭ ଅବସରରେ ସମସ୍ତ ଦେଶବାସୀ ନିଜ ନିଜ ଘରେ ଶ୍ରୀରାମ ଜ୍ୟୋତି ପ୍ରଜ୍ଜ୍ୱଳିତ କରିବାକୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ଶନିବାର ସୋନଲ ମାତାଙ୍କ ଜୟନ୍ତୀ କାର୍ଯ୍ୟକ୍ରମକୁ ଭିସି ମାଧ୍ୟମରେ ସମ୍ବୋଧନ କରିଛନ୍ତି । ସୋନଲ ମାଆ ଗୁଜରାଟରେ ଗଢଭି ଚାରଣ ସମାଜର ଜଣେ ପ୍ରସିଦ୍ଧ ସମାଜ ସୁଧାରକ ଥିଲେ । ସେ କହିଛନ୍ତି ଆମେ ସମସ୍ତେ କଳ୍ପନା କରିପାରିବା ଯେ, ଆଜି ଯେତେବେଳେ ଅଯୋଧ୍ୟାରେ ଜାନୁୟାରୀ ୨୨ରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହେବାକୁ ଯାଉଛି, ସେତେବେଳେ ସୋନଲ ମାଆ କେତେ ପ୍ରସନ୍ନ ହେବେ । ଏହି ଅବସରରେ ପିଏମ ମୋଦି ଜାନୁୟାରୀ ୨୨ର ଶୁଭ ଅବସରରେ ଶ୍ରୀରାମ ଜ୍ୟୋତି ଜଳାଇବାକୁ ଅନୁରୋଧ କରି କହିଛନ୍ତି ଯେ, ଆଜି ଏହି ଅବସରରେ ମୁଁ ଆପଣ ସମସ୍ତଙ୍କୁ ଜାନୁୟାରୀ ୨୨ରେ ପ୍ରତି ଘରେ ଶ୍ରୀରାମ ଜ୍ୟୋତି ପ୍ରଜ୍ଜ୍ୱଳିତ କରିବାକୁ ଅନୁରୋଧ କରିବି ।

Leave a Reply

Your email address will not be published. Required fields are marked *