Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଭାରତ-ନେପାଳ ସୀମାରେ ବଢିଲା ସୁରକ୍ଷା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଭାରତ-ନେପାଳ ସୀମାରେ ବଢିଲା ସୁରକ୍ଷା


ଲଖମୀପୁର ଖିରି : ଅଯୋଧ୍ୟାରେ ଜାନୁୟାରୀ ୨୨ରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଭାରତ-ନେପାଳ ସୀମାରେ ସୁରକ୍ଷା ବୃଦ୍ଧି କରାଯାଇଛି । ଶନିବାର ପୋଲିସ ଏସପି ଗଣେଶ ପ୍ରସାଦ ସାହ କବଚ ଆଉଟପୋଷ୍ଟ ନିରୀକ୍ଷଣ କରିଛନ୍ତି । ସୀମାନ୍ତରେ ମୁତୟନ ଥିବା ଏସଏସବି ଓ ନେପାଳ ପୋଲିସ ଅଧିକାରୀଙ୍କ ସହ ସମନ୍ୱୟ ସ୍ଥାପନ କରିଛନ୍ତି । ନିରୀକ୍ଷଣ ସମ୍ପର୍କରେ ସୂଚନା ଦେଇ ଏସପି କହିଛନ୍ତି ଯେ, ଶାସନରେ ଭାରତ-ନେପା ରାଷ୍ଟ୍ର ସୀମାର ସୁରକ୍ଷା ବ୍ୟବସ୍ଥା ପାଇଁ କବଚ ଯୋଜନା କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ-ନେପା ଦେଶର ଲଖମୀପୁର ଖିରିରେ ସୀମାରେ ହେଉଥିବା ତସ୍କରୀ ଓ ଅନ୍ୟ ଅନୈତିକ ବ୍ୟାପାର ଓ ଅପରାଧିକ ଗତିବିଧି ଉପରେ ଳଗାମ ଲାଗିବ ।

Leave a Reply