Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବାକୁ ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କୁ ନିମନ୍ତ୍ରଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବାକୁ ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କୁ ନିମନ୍ତ୍ରଣ

ମୁମ୍ବାଇ: ଭାରତ ରତ୍ନ ତଥା ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଜାନୁୟାରୀ ୨୨ରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଛି । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ହେବେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ତାଲିକାରେ ଉଦ୍ୟୋଗପତି ଗୌତମ ଆଦାନୀ, ରତନ ଟାଟା, କ୍ରିକେଟର ବିରାଟ କୋହଲି, ଆରଏସଏସ ପ୍ରମୁଖ ମୋହନ ଭାଗବତ, ଯୋଗଗୁରୁ ବାବା ରାମଦେବ, ଅମିତାଭ ବଚ୍ଚନଙ୍କ ପରି ଭିଭିଆଇପି ଆମନ୍ତ୍ରିତ ଲୋକ ସାମିଲ ହେବେ । ତଥ୍ୟ ମୁତାବକ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ୩୦୦୦ ଭିଭିଆଇପିଙ୍କ ସହିତ ୭୦୦୦ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ଟ୍ରଷ୍ଟ ପକ୍ଷରୁ ଦେଶରୁ ୪ହଜାର ସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି । ରାମାୟଣ ଫେମ ଆକ୍ଟର ଅରୁଣ ଗୋଭିଲ ଓ ଦୀପିକା ଚିଖଲିୟାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ରାମମନ୍ଦିର ଉଦଘାଟନ ସମାରୋହରେ ୧୯୯୦ରେ ପୋଲିସ ଫାୟାରିଂରେ ମୃତ୍ୟୁବରଣ କରିଥିବା କାରସେବକଙ୍କ ପରିବାରକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

Leave a Reply