Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମ ଚରଣଙ୍କୁ ମିଳିଲା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମ ଚରଣଙ୍କୁ ମିଳିଲା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ


ମୁମ୍ବାଇ : ସାରା ଦେଶରେ ରାମ ମନ୍ଦିର ବିଷୟରେ ଖୁବ୍ ଚର୍ଚ୍ଚା ହେଉଛି । ବଲିଉଡରୁ ଦକ୍ଷିଣ ପର୍ଯ୍ୟନ୍ତ ତାରକାମାନଙ୍କୁ ଏହି ଉତ୍ସବରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଛି । ଏହି ସମୟରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଭାବେ ଜଣାଶୁଣା ଅଭିନେତା ରାମ ଚରଣଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ରାମ ଚରଣ ଏବଂ ତାଙ୍କ ପ˜ତ୍ନୀ ଉପାସନା କୋନିଡେଲାଙ୍କୁ ନିମନ୍ତ୍ରଣ କରାଯାଇଛି । ଆରଏସଏସର ସୁନୀଲ ଆମ୍ବେକରଙ୍କ ଠାରୁ ଏକ ବିଶେଷ ନିମନ୍ତ୍ରଣ କରାଯାଇଛି । କହିବାକୁ ଗଲେ ରାମ ଭକ୍‌ତଙ୍କ ବ୍ୟତୀତ ଅନେକ ଚଳଚ୍ଚିତ୍ର ତାରକା, ରଜନୈତିକ ନେତା, ଶିଳ୍ପପତି, କ୍ରୀଡା ବ୍ୟକ୍ତିତ୍ୱ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ରାମ ଚରଣ ଏବଂ ତାଙ୍କ ପ˜ୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆରଏସଏସର ସୁନୀଲ ଆମ୍ବେକର ସେମାନଙ୍କୁ ଅଯୋଧ୍ୟା ରାମ ମନ୍ଦିରରେ ଉତ୍ସବ କରିବାକୁ ନିମନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ରାମ ଚରଣ ଏକ ଧଳା ରଙ୍ଗର ସାର୍ଟ ଏବଂ ବେଜ ରଙ୍ଗର ପ୍ୟାଣ୍ଟ ପିନ୍ଧିଛନ୍ତି । ଅନ୍ୟପକ୍ଷରେ, ଉପସାନା ହାଲୁକା ହଳଦିଆ ରଙ୍ଗର ସୁଟ୍ ସାଲୱାରରେ ନଜର ଆସିଛନ୍ତି । ଏହି ସମୟ ମଧ୍ୟରେ ଦମ୍ପତି ବହୁତ ଖୁସି ଦେଖାଯାଉଛନ୍ତି । କହିବାକୁ ଗଲେ ଯେ ଜାନୁଆରୀ ୨୨ ରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିତ୍ତ ସ୍ଥାନରୁ ସେଲିବ୍ରିଟିମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ସମାରୋହରେ ରଜନୀକାନ୍ତ, ରଣବୀର କପୁର, ଆଲିଆ ଭଟ୍ଟ, ଆୟୁଷ୍ମାନ ଖୁରାନା, କଙ୍ଗନା, ରଣଦୀପ ହୁଡା, ଅଜୟ ଦେବଗନ୍‌, ଧନୁଷ, ଜ୍ୟାକି ଶ୍ରଫ୍ ଏବଂ ଟାଇଗର ଶ୍ରଫ୍ ଭଳି ଅନେକ କଳାକାର ଅଂଶଗ୍ରହଣ କରୁଛନ୍ତି । ଜାନୁଆରୀ ୨୨ରେ ଏକ ଲକ୍ଷରୁ ଅଧିକ ଭକ୍ତ ଅଯୋଧ୍ୟାକୁ ଆସିବେ ବୋଲି ଆଶା କରାଯାଉଛି ।

Leave a Reply