Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗଜପତି ଜିଲ୍ଲାର ସମସ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ବଣ୍ଟନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗଜପତି ଜିଲ୍ଲାର ସମସ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ବଣ୍ଟନ

ଅଯୋଧ୍ୟା ରାମ ମନ୍ଦିର ଅକ୍ଷତ ଚାଉଳ ବଣ୍ଟନ
ମୋହନା,_ ଆଗାମୀ ୨୨ ରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଥିବାବେଳେ ସାରା ଦେଶରେ ଚାଲିଛି ଅକ୍ଷତ କଳସ ଯାତ୍ରା l ଏହି ଅବସରରେ ଗଜପତି ଜିଲ୍ଲାର ସମସ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ବଣ୍ଟନ କରାଯାଇଛି l ଏକ ସୁସଜ୍ଜିତ ରଥରେ ମୋହନା ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା ପରେ ବାହାରିଥିଲା l ଏକ ବିଶାଳ ବାଇକ୍ ଶୋଭାଯାତ୍ରା ସହ ରଥ ମୋହନା ପରିକ୍ରମା ପରେ ମାଣିକପୁର ହନୁମାନ ମନ୍ଦିରରେ ଥିବା ଅକ୍ଷତ କଳସ ଅଣାଯାଇଥିଲା l ଏହାପରେ ମୋହନା, ଅଡବା, ଚାନ୍ଦିପୁଟ, ଚନ୍ଦ୍ରଗିରି, ଲୁହାଗୁଡ଼ି ରେ ରଥ ପରିକ୍ରମା କରିଥିଲା l ରଥ ପରିକ୍ରମା ବେଳେ ସ୍ଥାନୀୟ ଲୋକେ ବିପୁଳ ସ୍ୱାଗତ କରିଥିଲେ l ମୋହନା ସରସ୍ବତୀ ଶିଶୁ ମନ୍ଦିର ପିଲାମାନେ ରାମ, ଲକ୍ଷ୍ମଣ, ହନୁମାନ ବେଶ ଧାରଣ କରିଥିଲେ l ସେହିପରି ନୂଆଗଡ ବ୍ଳକ ବେତାରସିଂ ପଞ୍ଚାୟତରେ ଶ୍ରୀ ରାମଙ୍କ ଅକ୍ଷତ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଅକ୍ଷତ ଚାଉଳ କଳସ ଯାତ୍ରା ସବୁ ଗାଁରେ ପହଞ୍ଚି ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସଚେତନ କରିବା ସହ ନିମନ୍ତ୍ରଣ ଜଣାଇବାର କାର୍ଯ୍ୟକ୍ରମ ରହିଛି ବୋଲି ଯାତ୍ରା ପରିଚlଳନl ସମିତି ପକ୍ଷରୁ କୁହାଯାଇଛି l

Leave a Reply