ଜୟପୁରରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୧ ତମ ଜନ୍ମ ଦିବସ କୁ ଜାତୀୟ ଯୁବ ଦିବସ ଭାବେ ପାଳନ

ଜୟପୁର: ସ୍ୱାମୀ ବିବେକାନନ୍ଦଙ୍କ ୧୬୧ ତମ ଜନ୍ମ ଦିବସ କୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇଛି । ଏହି ଅବସର ରେ ଆଜି ଏକ ବାଇକ ଶୋଭାଯାତ୍ରା ସହ ଯୁବ ସମାବେଶ ଅନୁଷ୍ଟିତ ହୋଇଛି । ସୁଧାଂଶୁ ଶେଖର ଜେନାଙ୍କ ଆହ୍ୱାନରେ ଅନୁଷ୍ଟିତ କାଯ୍ୟକ୍ରମରେ ଶହ ଶହ ଯୁବକ ସାମିଲ ହୋଇଥିଲେ । ପ୍ରଥମେ ଶହ ଶହ ଯୁବକ ହାନାଗୁଡା ଠାରେ ଏକତ୍ରିତ ହୋଇ ଏକ ବିଶାଳ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମା କରି ଗାନ୍ଧୀ ଛକ ସ୍ଥିତ ଏକ ଫଙ୍କସନ ହଲରେ ପହଞ୍ଚି ଥିଲେ । ସେଠାରେ ଯୁବ ସମା ବେଶ ଅନୁଷ୍ଟିତ ହୋଇଥିଲା । ଏହି ଯୁବ ସମାବେଶରେ ଆବାହକ ସୁଧାଂଶୁ ଶେଖର ଜେନା, ମହାରାଷ୍ଟ୍ର ବିଦର୍ଭ ପ୍ରାନ୍ତର ସଂସ୍କୃୁତି ଭାରତ ମହାମନ୍ତ୍ରୀ ଭରତ କୁମାର ପଣ୍ଡା ମଞ୍ଚାସିନ ଥିଲେ । ଶତାଧିକ ଯୁବକ ସାମିଲ ହୋଇଥିଲେ । କାଯ୍ୟକ୍ରମରେ କାର ସେବକ ବାବୁ ଭାଇ ବଜରଙ୍ଗି, ଲକ୍ଷ୍‌ମୀ କାନ୍ତ ମିଶ୍ର, ଦେବେନ୍ଦ୍ର ବାହିନିପତି, ରାଧା କାନ୍ତ ରଥ, କାହ୍ନୁ ଚରଣ ଗନ୍ତାୟତ, ସତ୍ୟ ନାରାୟଣ ଦାଶ, ହରିଦାଶ ତ୍ରିପାଠି ,ଦେବୀ ପଣ୍ଡା, ଅରୁଣ ରାହା, ରତ୍ନାକର ଭଟ୍ଟ, ମୃତ୍ୟୁଞ୍ଜୟ ପାଢୀ, କିଶୋର ବେହେରା ,ଶତ୍ରୁଘନ ପଣ୍ଡା ଙ୍କୁ ସମ୍ମାନିତ କରାଯାଇଥିଲା

Leave a Reply

Your email address will not be published. Required fields are marked *