Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମୋତ୍ସବ ୨୦୨୪ : ସମସ୍ତ ପ୍ରତିଷ୍ଠାନରେ ପ୍ରଜ୍ଜ୍ୱଳିତ ହେବ ରାମ ଜ୍ୟୋତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମୋତ୍ସବ ୨୦୨୪ : ସମସ୍ତ ପ୍ରତିଷ୍ଠାନରେ ପ୍ରଜ୍ଜ୍ୱଳିତ ହେବ ରାମ ଜ୍ୟୋତି

ଅଯୋଧ୍ୟା : ଯୋଗୀ ସରକାର ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ପୁରା ରାଜ୍ୟରେ ଏକ ପର୍ବ ଭାବେ ପାଳନ କରିବାକୁ ପ୍ରସ୍ତୁତ କରୁଛି । ଏଥିପାଇଁ ରାଜ୍ୟବାସୀଙ୍କୁ ପ୍ରତ୍ସୋହିତ ମଧ୍ୟ କରାଯାଉଛି । ଏହି କ୍ରମରେ ୨୨ ଜାନୁଆରୀକୁ ପ୍ରାଣ ପ୍ରତିଷ୍ଠ ପରେ ରାତିରେ ବୃହତ ସ୍ତରରେ ଦୀପୋତ୍ସବ ପାଳନ କରିବାକୁ ଯୋଜନା ଅଛି । ଏହି ଦୀପୋତ୍ସବ ଦୀପାବଳୀ ପର୍ବରେ ଅଯୋଧ୍ୟାରେ ଆୟୋଜିତ ହେଉଥିବା ଦୀପୋତ୍ସବ ସହିତ ଅନେକ ଗୁଣ ବଡ଼ ହେବ । ଏଥିରେ ସରଯୁ ସମେତ ସମସ୍ତ ନଦୀ କୂଳ, ମନ୍ଦିର, ଐତିହାସିକ ଏବଂ ପୌରାଣିକ ସ୍ଥଳ ସହିତ ସମସ୍ତ ଘର, ଦୋକାନ, ସଂସ୍ଥାନ ଏବଂ ପ୍ରତିଷ୍ଠାନରେ ଦୀପ ପ୍ରଜ୍ଜ୍ୱଳିତ କରାଯିବ । ଏହି ଦୀପର ଶିଖାକୁ ରାମ ଜ୍ୟୋତି ନାମ ଦିଆଯିବ । ତେବେ ଯୋଗୀ ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟବାସୀଙ୍କ ଅପିଲ କରାଯାଇଛି ଯେ ସେ କେବଳ ଘରେ ନୁହେଁ, ପରନ୍ତୁ ନିଜ କାର୍ଯ୍ୟଳୟ ଏବଂ ଦୋକାନରେ ମଧ୍ୟ ରାମ ଜ୍ୟୋତିକୁ ପ୍ରଜ୍ଜ୍ୱଳିତ କରି ଦୀପୋତ୍ସବ ପର୍ବର ଉତ୍ସବ ପାଳନ କରିବେ ।

Leave a Reply