Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମନ୍ଦିରରେ ପୋଛା ମାରିଲେ ପ୍ରଧାନମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମନ୍ଦିରରେ ପୋଛା ମାରିଲେ ପ୍ରଧାନମନ୍ତ୍ରୀ

ମନ୍ଦିରରେ ପୋଛା ମାରିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ଗସ୍ତରେ ଯାଇ ନାସିକର କାଲାରାମ୍ ମନ୍ଦିରରେ ହେଉଥିବା ‘ସ୍ୱଚ୍ଛତା ଅଭିଯାନ’ରେ ଅଂଶଗ୍ରହଣ କରିଛନ୍ତି । ସେ ସେଠାରେ ଏକ ମଫ୍ ଧରି ମନ୍ଦିର ପରିସରକୁ ପୋଛା ମାରୁଥିବାର ନଜର ଆସିଛନ୍ତି । ମୋଦିଙ୍କର ଏହି ସମୟର ଅନେକ ଫଟୋ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ସମସ୍ତେ ପ୍ରଧାନମନ୍ତ୍ରୀଙ୍କର ଭୂରି ଭୂରି ପ୍ରଶଂସା କରୁଛନ୍ତି । କେବଳ ସେତିକି ନୁହେଁ, ସେ ନିଜେ ପୋଛା ମାରିବା ସହ ଅନ୍ୟମାନଙ୍କୁ ମଧ୍ୟ ସ୍ୱଚ୍ଛତା କାର୍ଯ୍ୟକଳାପ କରିବାକୁ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ସାରା ଦେଶରେ ମନ୍ଦିରଗୁଡ଼ିକରେ ସ୍ୱଚ୍ଛତା ଉପରେ ଗୁରତ୍ୱାରୋପ କରିଛନ୍ତି । ସେ ଶୁକ୍ରବାର କାଲାରାମ ମନ୍ଦିର ଏବଂ ରାମକୁଣ୍ଡ ପରିଦର୍ଶନ କରିଥିଲେ । ରାମ କୁଣ୍ଡରେ ସେ ପୂଜାର୍ଚ୍ଚନା କରିବା ସହ ‘ଝାଞ୍ଜ’ ବଜାଉଥିବାର ନଜର ଆସିଥିଲେ । ତାଙ୍କ ସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ଅଜିତ ପାୱାର ମଧ୍ୟ ପ୍ରାର୍ଥନା କରିଥିବାର ନଜର ଆସିଥିଲେ । ମନ୍ଦିରରେ ବସି ପ୍ରଧାନମନ୍ତ୍ରୀ ଝାଞ୍ଜ ବଜାଉଥିବା ବେଳେ ଅନେକ ପୁରୋହିତ ରାମ ଭଜନ ଗାଇଥିବାର ନଜର ଆସିଥିଲେ । ମନ୍ଦିର ପୁରୋହିତମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମୁଖରେ ରାମାୟଣର ‘ଯୁଦ୍ଧ୍ କାଣ୍ଡ’ ଭାଗ ମଧ୍ୟ ଗାଇଥିଲେ, ଯେଉଁଥିରେ ଭଗବାନ ରାମଙ୍କ ଅଯୋଧ୍ୟାକୁ ଫେରିବାର କଥା ରହିଛି ।

Leave a Reply