ଉମରକୋଟ ୱାର୍ଡ ନମ୍ବର ୧ରେ ପ୍ରତ୍ୟେକ ଘରେ ବଣ୍ଟନ କରାଗଲା ଅକ୍ଷତ


ଉମରକୋଟ: ଉମରକୋଟ ୱାର୍ଡ ନମ୍ବର ୧ରେ ପ୍ରତ୍ୟେକ ଘରେ ବଣ୍ଟନ କରାଗଲା ଅକ୍ଷତ ଚାଉଳ । ଅଯୋଧ୍ୟାରୁ ଆସିଥିବା ଅକ୍ଷତ ଚାଉଳ ଓ ନିମନ୍ତ୍ରଣପତ୍ର ଦର୍ଗାଗୁଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ରଖାଯାଇଥିଲା । ତାହାକୁ ୱାର୍ଡର ବାଙ୍ଗୀୟ ଗ୍ରାମ ୟୁଭି ନମ୍ବର ୪ ଓ ଆଦିବାସୀ ମାଲିଗୁଡାର ଶତାଧିକ ଗ୍ରାମବାସୀ, ରାମଭକ୍ତ ଶୋଭାଯାତ୍ରା ଓ ସଂକୀର୍ତ୍ତନ କରି ଦର୍ଗାଗୁଡ଼ା ରାଧାକୃଷ୍ଣ ମନ୍ଦିରରୁ ଆସି ଅକ୍ଷତ ଚାଉଳ ନେଇ ଗ୍ରାମରେ ବଣ୍ଟନ କରିଥିଲେ । ଏହା ପରେ ଦର୍ଗାଗୁଡ଼ା ଗ୍ରାମର ମଧ୍ୟ ଶତାଧିକ ଯୁବକ ମହିଳାମାନେ ଶୋଭାଯାତ୍ରା କରି ପ୍ରତ୍ୟେକ ଘରେ ଘରେ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପତ୍ର ବାଣ୍ଟିଥିଲେ । ଶୋଭାଯାତ୍ରା ରେ ବାଜା, ଘଣ୍ଟ,ଶଙ୍ଖ ସହ ରାମନାମରେ କମ୍ପି ଉଠୁଥିଲା ଦର୍ଗାଗୁଡ଼ା ଗ୍ରାମ । ଆସନ୍ତା ୨୨ ତାରିଖ ରେ ଅଯୋଧ୍ୟା ରେ ରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ରେ ଦର୍ଗାଗୁଡ଼ା ରାଧାକୃଷ୍ଣ ମନ୍ଦିରରେ ସମସ୍ତ ୱାର୍ଡ ବାସୀ ଏକତ୍ରିତ ହୋଇ ରାମନାମ ସ୍ମରଣ କରି ସଂକୀର୍ତ୍ତନ କରିବା ଆୟୋଜନ ହେବ ବୋଲି ଉପଦେଷ୍ଠା କୃଷ୍ଣ ନନ୍ଦ ଜଣାଇଛନ୍ତି । ତେବେ ଏହି ବଣ୍ଟନ କାର୍ଯ୍ୟକ୍ରମରେ ସଭାପତି ଲଖଣ ଗୌଡ଼, ସମ୍ପାଦକ ସତ୍ୟନାରାୟଣ ରାଉତ ସହ ସମ୍ପାଦକ ବନମାଳୀ ମାଝୀ ଉପସଭାପତି ରାମକୃଷ୍ଣ ପଟନାୟକ କୋଷଦକ୍ଷ ପେଣ୍ଡ୍ରକ୍ଷ ଜେନା, ପୂଜକ ସନ୍ତୋଷ ମିଶ୍ର, ଉପଦେଷ୍ଟା ଭାଗିରଥି ସେଠି କୃଷ୍ଣ ମାଝୀ, ଉଦ୍ରନ ସମରଥ, ବୁଦୁରାମ ପୂଜାରୀ, ବୁଲା ପଟନାୟକ, ରାଜେଶ୍ୱରୀ ରାଉତ, ନିର୍ମଳା ଜେନା, ଶାନ୍ତିଲତା ରାଉତ, ଲକ୍ଷ୍ମୀ ସେଠି, ଚମରୁ ପୂଜାରୀ, ସିପ୍ରି ହରିଜନ ପ୍ରମୁଖ ସହ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *