Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତାଳଚେରରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତାଳଚେରରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ

ତାଳଚେର: ଦୀର୍ଘ ୫୦୦ ବର୍ଷ ପରେ ଶ୍ରୀରାମ ଜନ୍ମଭୂମୀ ଅଯୋଧ୍ୟାରେ ଜାନୁଆରୀ ୨୨ରେ ପ୍ରଭୁ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେବ । ଏହାକୁ ନେଇ ସମଗ୍ର ଦେଶରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି । ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଅଯୋଧ୍ୟା ପକ୍ଷରୁ ସମଗ୍ର ଦେଶରେ ସମସ୍ତଙ୍କ ଘରେ ଘରେ ଯାଇ ଅଯୋଧ୍ୟାରୁ ଆସିଥିବା ଅକ୍ଷତ, ନିମନ୍ତ୍ରଣ ପତ୍ର, ଭଗବାନଙ୍କ ଫଟୋ ଚିତ୍ର ବଣ୍ଟନ କରାଯାଉଛି । ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଅଯୋଧ୍ୟା ପକ୍ଷରୁ ଘର ଘର ବୁଲି ନିମନ୍ତ୍ରଣ ପତ୍ର, ଅକ୍ଷତ ଓ ପ୍ରଭୁ ଶ୍ରୀରାମଙ୍କ ଫଟୋଚିତ୍ର ବଣ୍ଟନ କରାଯାଇଛି । ସମଗ୍ର ତାଳଚେରରେ ସବୁ ଘରେ ନିମନ୍ତ୍ରଣ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ବଣ୍ଟନ କରାଯାଇଛି । ତାଳଚେର ବ୍ଲକର ବିଭିନ୍ନ ପଞ୍ଚାୟତରେ ସବୁ ଘରକୁ ଘର ଯାଇ ଭବ୍ୟ ପରିବେଶ ମଧ୍ୟରେ ନିମନ୍ତ୍ରଣ ପତ୍ର ଓ ଅକ୍ଷତ ବଣ୍ଟନ କରାଯାଉଛି । ବୁଧବାର ତାଳଚେର ବ୍ଲକର ବଡ଼ ଯୋରୋଡା ଗ୍ରାମରେ ହଜାର ହଜାର ରାମଭକ୍ତମାନେ ଶୋଭାଯାତ୍ରାରେ ସାମିଲ ହୋଇ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ । ଜାନୁଆରୀ ୨୨ରେ ସମସ୍ତଙ୍କ ଘରେ ଦିନ ୧୧ଟାରୁ ୧ଟା ମଧ୍ୟରେ ପୂଜାର୍ଚ୍ଚନା କରିବା ସହ ସନ୍ଧ୍ୟାରେ ଦୀପ ଜାଳି ଦୀପାବଳି ଉତ୍ସବ ପାଳନ କରିବାକୁ ନିବେଦନ କରିଥିଲେ । ସେହିଭଳି ସମସ୍ତ ମନ୍ଦିରକୁ ସ୍ୱଚ୍ଛ କରି ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରିବାକୁ ନିବେଦନ କରାଯାଇଛି । ରାମଭକ୍ତ କାଳନ୍ଦି ସାମଲ, ପର୍ଶୁରାମ ବାରିକ, ମାୟାଧର ସାହୁ, ଶ୍ରୀକାନ୍ତ ବିଶ୍ୱାଳ, ହିମାଂଶୁ ସାହୁ, ଜବାହର ପ୍ରଧାନ, ନିର୍ମଳ ପ୍ରଧାନ, ଅଭୟ ପ୍ରଧାନ, ବିଦେଶୀ ଦେହୁରୀ, ସରପଞ୍ଚ ଜିତେନ ବେହେରା, ସମିତି ସଭ୍ୟ ବିକ୍ରମ ବେହେରା, ଉଦଉନାଥ ନାୟକ, ଅଧିକାରୀ ସାହୁ, ବଳରାମ ସାହୁ ସୁଧୀର ସାହୁ, ଶୋଭାଗିନୀ ପ୍ରଧାନ, ବିଭୁତି ସାହୁ, ମନୋଜ ପ୍ରଧାନ, ଯସ୍ମୀନ ପ୍ରଧାନଙ୍କ ସମେତ ବହୁ ରାମଭକ୍ତ ସାମିଲ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂଘର ବିଭିନ୍ନ କ୍ଷେତ୍ରର କାର୍ଯ୍ୟକର୍ତ୍ତା, ସମସ୍ତ ରାମଭକ୍ତ, ବିଶିଷ୍ଟ ବ୍ୟକ୍ତି, ସଂକୀର୍ତ୍ତନ ମଣ୍ଡଳୀ, ଧର୍ମାନୁଷ୍ଠାନ ସାମିଲ ହୋଇ ପ୍ରଭୁ ଶ୍ରୀରାମଙ୍କ କାର୍ଯ୍ୟରେ ଭବ୍ୟ ପରିବେଶ ମଧ୍ୟରେ ଅକ୍ଷତ ବଣ୍ଟନ କରୁଛନ୍ତି ।

Leave a Reply