Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମ ନଗରୀ ଅଯୋଧ୍ୟା ଏବେ ଚର୍ଚ୍ଚାରେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମ ନଗରୀ ଅଯୋଧ୍ୟା ଏବେ ଚର୍ଚ୍ଚାରେ

ଅଯୋଧ୍ୟା : ରାମ ନଗରୀ ଅଯୋଧ୍ୟା ଏବେ ଚର୍ଚ୍ଚାରେ । ଦେଶବିଦେଶର ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି । ଆସନ୍ତା ୨୨ ତାରିଖରେ ଭବ୍ୟ ମନ୍ଦିରରେ ରାମଲଲା ବିରାଜମାନ କରିବାକୁ ଥିବାରୁ ସବୁଠି ଉତ୍ସାହ ଓ ଉଦ୍ଦୀପନା । ଚଳଚଞ୍ଚଳ ହୋଇଉଠିଲାଣି ଅଯୋଧ୍ୟା । ଏଠାକୁ ଯିବା ପାଇଁ ରାମଭକ୍‌ତଙ୍କ ମନ ବଳିଲାଣି । କିଛି ଭକ୍ତ ଅଯୋଧ୍ୟା କିମ୍ବା ଏହାର ଆଖପାଖ ଅଞ୍ଚଳରେ ଦ୍ୱିତୀୟ ଘର ବସାଇବା ପାଇଁ ସ୍ୱପ୍ନ ବି ଦେଖିଲେଣି । ଏଭଳି ସ୍ଥିତିରେ ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ପାଇଁ ସୃଷ୍ଟି ହୋଇଛି ବିପୁଳ ସୁଯୋଗ । ସେହି ମୁତାବକ ଘର, ଜମି ଓ ଫ୍ଲାଟ୍ ଦାମ ମଧ୍ୟ ବିବାରେ ଲାଗିଛି । ଅଧିକାଂଶ ବରିଷ୍ଠ ନାଗରିକ ଅଯୋଧ୍ୟାରେ ଘର କିଣିବା ଲାଗି ଆଗ୍ରହ ଦେଖାଉଛନ୍ତି । ପ୍ରବାସୀ ଭାରତୀୟମାନେ ବି ରିଅଲ୍ ଇଷ୍ଟେଟ୍ ପ୍ରତି ଆକୃଷ୍ଟ ହୋଇଛନ୍ତି । ରିଅଲ୍ ଇଷ୍ଟେଟ୍ ଏଜେମାନଙ୍କ ପାଖକୁ ଅନେକ ସଂଖ୍ୟକ ଫୋନ୍ କଲ୍ ଆସୁଛି । ଲୋକମାନେ ଜମି, ପ୍ଲଟ୍ କିମ୍ବା ଫ୍ଲାଟ୍ର ଦାମ ବାବଦରେ ପଚାରି ବୁଝୁଛନ୍ତି । ଏମିତି କି ଅଯୋଧ୍ୟା ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଜମି ଓ ଘର ଚାହିଦା ବିବାରେ ଲାଗିଛି । ଅଯୋଧ୍ୟାକୁ ଏମିତି ସବୁବେଳେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । କିନ୍ତୁ ଏବେ ରାମ ମନ୍ଦିର ଏବଂ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବିବାରେ ଲାଗିଛି । ଅଯୋଧ୍ୟା ଏଣିକି କେବଳ ଏହାର ଆଧ୍ୟାତ୍ମିକ ଗୁଣାବଳି ଯୋଗୁ ଲୋକଙ୍କୁ ଆକର୍ଷିତ କରିବ ନାହିଁ, ବରଂ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ପ୍ରଚୁର ସୁଯୋଗ ସୃଷ୍ଟି କରିଛି । ରିଅଲ୍ ଇଷ୍ଟେଟ୍ ପାଇଁ ଏହା ଏକ ନିବେଶ ଗନ୍ତବ୍ୟସ୍ଥଳ ବିବେଚିତ ହୋଇଛି । ଭାରତକୁ ଆସୁଥିବା ରିଅଲ୍ ଇଷ୍ଟେଟ୍ ନିବେଶର ଆଖିଦୃଶିଆ ଭାଗ ଏବେ ଅଯୋଧ୍ୟା କୈନ୍ଦ୍ରିକ ହୋଇଥିବା କୁହାଯାଉଛି । ଗତ ବର୍ଷକରେ ସମ୍ପତ୍ତି ମୂଲ୍ୟ ପାଖାପାଖି ୧୦୦% ବୃଦ୍ଧି ପାଇଛି । ବ୍ୟବସାୟିକ ବ୍ୟକ୍‌ତିବିଶେଷ ଏଠାକାର ରିଅଲ୍ ଇଷ୍ଟେଟ୍ରେ ନିବେଶ ପାଇଁ ଆଗେଇ ଆସୁଛନ୍ତି । ଏହାଦ୍ୱାରା ଅଯୋଧ୍ୟା ସମେତ ଉତ୍ତର ପ୍ରଦେଶର ଅର୍ଥ ବ୍ୟବସ୍ଥାକୁ ଫାଇଦା ମିଳିବ ।

Leave a Reply