Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାକୁ ଛୁଟୁଛି ଉପହାରର ସୁଅ ରାମଲାଲାଙ୍କ ପାଇଁ ନୈବେଦ୍ୟ ପଠାଉଛି ସାରା ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାକୁ ଛୁଟୁଛି ଉପହାରର ସୁଅ ରାମଲାଲାଙ୍କ ପାଇଁ ନୈବେଦ୍ୟ ପଠାଉଛି ସାରା ଭାରତ

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ରାମଭକ୍ତିରେ ଗଦଗଦ ସାରା ଭାରତ । ରାମ ମନ୍ଦିର ନିର୍ମାଣରେ ବିଭିନ୍ନ ରାଜ୍ୟର ଯୋଗଦାନ ରହିଥିବା ବେଳେ, ଏବେ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଛୁଟିଛି ପ୍ରଭୁଙ୍କ ପାଇଁ ବିଭିନ୍ନ ଦିବ୍ୟ ନୈବେଦ୍ୟ । ଏ ଭିତରେ କିଛି ରାମଭକ୍ତଙ୍କ ନେଇ ବି ଚର୍ଚ୍ଚା ଜୋର୍ ଧରିଛି । କିଏ ଶ୍ରୀରାମଙ୍କ ପାଇଁ ପାଦୁକା ତିଆରି ୭ ହଜାର କିଲୋମିଟର ପଦଯାତ୍ରା କରିଛି, ତ କିଏ ୩୦ ବର୍ଷର ମୌନବ୍ରତ ଭାଙ୍ଗିବାକୁ ଯାଉଛି କ୍ଷ ସାରା ଦେଶରୁ ଅଯୋଧ୍ୟାକୁ ଛୁଟିଛି ଉପହାରର ସୁଅ । ସୁନା-ରୁପାଠୁ ନେଇ ମନ୍ଦିର ପାଇଁ ଘଣ୍ଟି, ନାଗରା ଓ ଆଲମାରି । ରାମଲାଲାଙ୍କ ପାଇଁ ନୈବେଦ୍ୟ ପଠାଉଛି ସାରା ଭାରତ । ରାମଲାଲାଙ୍କ ଚରଣ ପାଦୁକା ୮ କେଜି ରୁପାରେ ତିଆରି, ଉପରେ ଲାଗିଛି ସୁନାର କୋଟିଂ । ଚିତ୍ରିତ ହୋଇଛି ଶଙ୍ଖ, ଚକ୍ର, ଗଦା, ପଦ୍ମ, ଧନୁତୀର ଓ ଅନ୍ୟ ଆୟୁଧ, ନନ୍ଦି, ଧ୍ୱଜା, ସୂର୍ଯ୍ୟ-ଚନ୍ଦ୍ର ଇତ୍ୟାଦି । ରାମାୟଣରେ ଭରତଙ୍କ ପାଦୁକା ପୂଜାର ଖୁବ୍ ମହତ୍ତ୍ୱ ଥିବା ବେଳେ, ଏବେ ରାମଲାଲାଙ୍କ ପାଇଁ ଏହି ପାଦୁକା ତିଆରି କରି ପୂଜା କରୁଛନ୍ତି ଜଣେ ପରିଣତ ବୟସ୍କ ଭକ୍ତ । ହାଇଦ୍ରାବାଦର ୬୪ ବର୍ଷୀୟ ଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ଏହାକୁ ଧରି ଅଯୋଧ୍ୟା ଅଭିମୁଖେ ୭ ହଜାର ୨ଶହ କିଲୋମିଟର ପଦଯାତ୍ରା କରିଛନ୍ତି । ତ୍ରେତୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଅଯୋଧ୍ୟାରୁ ରାମେଶ୍ୱରମ ଯାଏଁ ଯେଉଁ ବାଟ ଦେଇ ବନ ଗମନ କରିଥିଲେ, ସେଇ ବାଟେ ବାଟେ ରାମେଶ୍ୱରମରୁ ବାହାରି ଚିତ୍ରକୁଟ ଯାଏଁ ପହଞ୍ଚିଛନ୍ତି ଶ୍ରୀନିବାସ । ୧୫ ତାରିଖରେ ଅଯୋଧ୍ୟାରେ ପହଞ୍ଚି ସେ ୧୬ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥଙ୍କୁ ଭେଟିବେ ଏବଂ ଏହି ସ୍ୱର୍ଣ୍ଣ ଆଚ୍ଛାଦିତ ପାଦୁକା ରାମଲାଲାଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିବେ । ଜଣେ କରସେବକଙ୍କ ପୁଅ ଶ୍ରୀନିବାସ ବାପାଙ୍କ ଇଚ୍ଛା ପୂରଣ ପାଇଁ ଏହି କଠିନ ପଦଯାତ୍ରା କରୁଥିବା ବେଳେ, ତାଙ୍କୁ ଏଥିପାଇଁ ପ୍ରେରଣା ଯୋଗାଇଛନ୍ତି ତାଙ୍କ ଦିବ୍ୟାଙ୍ଗ ପୁଅ ଚଲ୍ଲା ପବନ କୁମାର । ଯିଏ କି ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇବା ପରେ, ରାମଲାଲାଙ୍କ ଆଶୀର୍ବାଦ ଓ ନିଜ ଇଚ୍ଛାଶକ୍ତି ବଳରେ ବନିଛନ୍ତି ଜାତୀୟ ସ୍ତରର ସଫଳ ପାରା-ଆଥଲେଟ୍ । ଆଉ ଅଯୋଧ୍ୟାଧିପତିଙ୍କ ପାଇଁ ମଥୁରାଧିପତିଙ୍କ ପାଖରୁ ଆସିଛି ଦିବ୍ୟ ଉପହାର । ମଥୁରାର ବାଙ୍କେବିହାରୀ ମନ୍ଦିର ପକ୍ଷରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପଠାଯାଇଛି ରୌପ୍ୟ ଜଡ଼ିତ ଶଙ୍ଖ, ରୁପାର ବଂଶୀ, ନାନା ଅଳଙ୍କାର, କେଶର ଓ ଅତର । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଏହି ଶଙ୍ଖ ଫୁଙ୍କାଯିବ ବୋଲି ସୂଚନା ମିଳିଛି । ସେହିପରି ଅଯୋଧ୍ୟା ରାମମନ୍ଦିରରେ ଗୁଞ୍ଜରିତ ହେବ ୨୪ ଶହ କିଲୋଗ୍ରାମ ଓଜନର ବିଶାଳ ଘଣ୍ଟିର ଶବ୍ଦ । ଉତ୍ତରପ୍ରଦେଶ ଇଟାହରୁ ଏହା ଅଯୋଧ୍ୟା ଆସିଥିବା ବେଳେ, ଏହାକୁ ତିଆରି କରିବାକୁ ଲାଗିଛି ୨ ବର୍ଷ । ଅନ୍ୟ ୭ଟି ଘଣ୍ଟିର ଓଜନ ୫୧ କିଲୋଗ୍ରାମ । ସେହିପରି ଅହମ୍ମଦାବାଦରୁ ଅଖିଳ ଭାରତୀୟ ଡମ୍ବଗର ସମାଜ ପଠାଇଛି ସାଢ଼େ ୪ କୁଇଣ୍ଟାଲ ଓଜନର ନାଗରା । ସେପଟେ ରାମଲାଲାଙ୍କ ରାଜବସ୍ତ୍ରକୁ ସୁରକ୍ଷିତ ରଖିବାକୁ ଆସୁଛି ଏହିସବୁ ଚିତ୍ରିତ ଆଲମାରି । ଏହାକୁ ପ୍ରୟାଗରାଜର ଲେଟେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ଅଯୋଧ୍ୟାକୁ ପଠାଯାଇଛି । ଏହି ଆଲମାରି ସହ ହାଜି ଅସଲାମ ନାମକ ଜଣେ ରାମଭକ୍ତ ପ୍ରଭୁଙ୍କ ପାଇଁ କିଛି ଅଙ୍ଗବସ୍ତ୍ର ମଧ୍ୟ ପଠାଇଛନ୍ତି ।ସେପଟେ ଚର୍ଚ୍ଚା ସୃଷ୍ଟି କରିଛି ଆଉ ଜଣେ ରାମଭକ୍ତଙ୍କ ହୃଦୟସ୍ପର୍ଶୀ କାହାଣୀ । ଇଏ ଝାଡ଼ଖଣ୍ଡ ଧାନବାଦର ସରସ୍ୱତୀ ଦେବୀ । ଅଯୋଧ୍ୟାରେ ରାମମନ୍ଦିର ନ ହେବା ଯାଏଁ ସେ କଥା କହିବେ ନାହିଁ ବୋଲି ଶପଥ କରି, ୩୦ ବର୍ଷ ହେଲା ମୌନବ୍ରତ ଧାରଣ କରିଛନ୍ତି । ୨୨ ତାରିଖରେ ମୌନବ୍ରତ ଭାଙ୍ଗିବାକୁ ଯାଉଛନ୍ତି ସରସ୍ୱତୀ ।

Leave a Reply