Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଉତ୍ତରାଖଣ୍ଡରେ ଜୋରଦାର ପ୍ରସ୍ତୁତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଉତ୍ତରାଖଣ୍ଡରେ ଜୋରଦାର ପ୍ରସ୍ତୁତି

ଡେରାଡୁନ : ଜାନୁଆରୀ ୨୨ େ ର ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଉତ୍ତରାଖଣ୍ଡରେ ମଧ୍ୟ ପ୍ରସ୍ତୁତି ଜୋରଦାର ହୋଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ନିର୍ଦ୍ଦେଶ ଦେଇଛନ୍ତି ଯେ ଉତ୍ତରାୟନୀରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମ ଗୁଡ଼ିକ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ବିଷୟବସ୍ତୁ ଉପରେ ହେବା ଉଚିତ୍ । ଏହି ସମୟରେ ଆଲୋକପର୍ବ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଦେବଭୂମି ଉତ୍ତରାଖଣ୍ଡବାସୀଙ୍କ ମଧ୍ୟରେ ଏହି ସମାରୋହକୁ ନେଇ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ଏଥର ଅଯୋଧ୍ୟା ସମାରୋହ ବିଷୟବସ୍ତୁ ଉପରେ ଉତ୍ତରାୟଣୀ ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ପ୍ରାଣ ପ୍ରତିଷ୍ଠା ସମାରୋହ ଅବସରରେ ନିଜ ଘରେ ଦୀପୋତ୍ସବ କରିବାକୁ ସେ ଲୋକଙ୍କୁ କହିଥିଲେ । ଏହି ସମୟରେ କଳସ ଯାତ୍ରା ବ୍ୟତୀତ ପ୍ରମୁଖ ନଦୀଗୁଡ଼ିକର ଘାଟ ସଫା କରିବା ଅଭିଯାନ ସହିତ ରାମ କଥା ଆୟୋଜନ କରାଯାଉ । ଏହାବ୍ୟତୀତ ରାମଙ୍କ ଆଦର୍ଶକୁ ନେଇ ବିଦ୍ୟାଳୟରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଉ

Leave a Reply