ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତିଙ୍କ ଜନ୍ମମାଟିରେ ପୂଜାର୍ଚ୍ଚନା

ରାଇରଙ୍ଗପୁର: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଗ୍ରାମ ଉପରବେଡ଼ାର ଆରାଧ୍ୟ ଦେବତା ବଟକେଶ୍ୱର ବାବାଙ୍କ ଠାରେ ୧୪ଟି କଳସ ପୂଜାର୍ଚ୍ଚନା କରାଯାଇଥିଲା । କର୍ତ୍ତାଭାବେ ବିଏମଏସ୍ ର ତ୍ରିନାଥ ମହାନ୍ତ ସସ୍ତ୍ରୀକ ଦାୟିତ୍ୱ ନିଭାଇଥିଲେ । ପୂଜକ ଭାବେ ସଂଜୟ ଷଡଙ୍ଗୀ ପୂଜାର୍ଚ୍ଚନା କରିଥିଲେ । ଏହି କାର୍ଯ୍ୟକ୍ରମ ଭାରତୀୟ ମଂଜଦୁର ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଉପରବେଡା ବଟକେଶ୍ୱର ବାବା, ଗ୍ରାମ ଦେବତା ଜାହେରା, ସିନ୍ଦୁକେଶ୍ୱରୀ ମହାଦେବ ଓ ଫମାମ୍ବ କମଳା – ବିମଳା ମନ୍ଦିରରେ ଥିବା କାର୍ଯ୍ୟକର୍ତ୍ତାଙ୍କୁ ଅକ୍ଷତ କଳସ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ ।ପରେ ରାମଭକ୍ତଙ୍କ ଦ୍ୱାରା କଳସ ଯାତ୍ରା କରି ଘରେ ଘରେ ଅକ୍ଷତ ଓ ନିମନ୍ତ୍ରଣ ଦିଆଯାଇଥିଲା । ଏଥିରେ ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ଜିଲ୍ଲା ସଭାପତି ସରସ୍ୱତୀ ଟୁଡୁ, ବିଏମ୍‌ଏସ୍‌ର ରାଜ୍ୟ ଅଧିକାରୀ ନିଗମାନନ୍ଦ ପଟ୍ଟନାୟକ, ଶ୍ରୀରାମ ଅକ୍ଷତ ଯାତ୍ରାର ଜିଲ୍ଲାପାଳକ ବୀର କିଶୋର ମହାନ୍ତ (ଟିକି ଭାଇ), ସାମ୍ବାଦିକ ଶ୍ୟାମଳେନ୍ଦୁ ପରିଡା, ଡମ୍ବରୁଧର ମହାନ୍ତ, ପ୍ରଶାନ୍ତ କୁମାର ମହାକୁଡ, ମୋହନ କୁମାର ଗିରି, ପରେଶ ଚନ୍ଦ୍ର ଗିରି ପ୍ରମୁଖ ଯୋଗ ଦେଇଥିଲେ । ବିଏମ୍‌ଏସ୍‌ର ମହିଳା ସଦସ୍ୟା ଘଟ ବୋହି ଗ୍ରାମରେ ଅକ୍ଷତ ବଣ୍ଟନରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *