Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭୁଶୁଡ଼ିଲା ମାଲଦ୍ୱୀପ ଅର୍ଥନୀତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭୁଶୁଡ଼ିଲା ମାଲଦ୍ୱୀପ ଅର୍ଥନୀତି

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଟ୍ରେଣ୍‌ତ କରୁଛି ‘୰ଈକ୍ଟଚ୍ଚମକ୍ଟଗ୍ଧଗ୍ଧଗବକ୍ଷୟସଙ୍ଖରଗ୍ଦ’ । ଲାକ୍ଷାଦ୍ୱୀପକୁ ନେଇ ଜୋର ଧରିଲା ମାଳଦ୍ୱୀପ ଝଡ଼ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପମାନ ମନ୍ତବ୍ୟ ଦେଇ ସସପେଣ୍ଡ ହୋଇଛନ୍ତି ମାଳଦୀପର ୩ ମନ୍ତ୍ରୀ । ଭାରତୀୟ ଟ୍ରାଭେଲ କମ୍ପାନୀମାନେ ଏବେ ମାଳଦ୍ୱୀପର ବୁକିଂ ବାତିଲ କରୁଛନ୍ତି ଏବଂ ପର୍ଯ୍ୟଟକମାନଙ୍କୁ ଲାକ୍ଷାଦ୍ୱୀପ ଯିବାକୁ ପରାମର୍ଶ ଦେଉଛନ୍ତି । ଏଥିପାଇଁ ଟ୍ରାଭେଲ୍ କଂପାନିଗୁଡ଼ିକ ଲାକ୍ଷାଦ୍ୱୀପ ଯିବା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ମଧ୍ୟ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦଳର କେତେକ ପ୍ରତିକ୍ରିୟାଶୀଳ ନେତା ଭାରତକୁ ଟାର୍ଗେଟ କରି ବିଭିନ୍ନ ପୋଷ୍ଟ କରିଥିଲେ । ଏହି ପୋଷ୍ଟକୁ ଦେଖି ମାଳଦ୍ୱୀପରେ ଛୁଟି କଟାଇବାକୁ ମନସ୍ଥ କରିଥିବା ଭାରତୀୟମାନେ ଏବେ ମାଳଦ୍ୱୀପ ଗସ୍ତ ବାତିଲ କରି ଲାକ୍ଷାଦ୍ୱୀପ ଯିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ସୋସିଆଲ ମିଡିଆରେ ବର୍ତ୍ତମାନ ‘ବୟକଟ ମାଳଦ୍ୱୀପ’ ଟ୍ରେଣ୍ଡ ଦେଖିବାକୁ ମିଳିଛି ଏବଂ ଦୁଇ ଦେଶର ସଂପର୍କ ତିକ୍ତ ହୋଇଉଠିଛି । ସୋସିଆଲ୍ ମିଡିଆ ୟୁଜରଙ୍କ ପୋଷ୍ଟକୁ ନେଇ ଏବେ ବେଶ୍ ଚର୍ଚ୍ଚା ଲାଗି ରହିଛି । ଏକ୍ସରେ ଜଣେ ୟୁଜର ଜଣେ ୟୁଜର ଲେଖିଛନ୍ତି, ‘ସରି ମାଳଦ୍ୱୀପ, ଆମର ଲାକ୍ଷାଦ୍ୱୀପ ଅଛି । ମୁଁ ଆତ୍ମନିର୍ଭରଶୀଳ’ । ତେବେ ଏହାରି ଭିତରେ ଭାରତରୁ ମାଳଦୀପ ପାଇଁ ହୋଇଥିବା ସମସ୍ତ ଫ୍ଲାଇଟ୍ ବୁକିଂକୁ ରଦ୍ଦ କରିଛି ଇଜ୍ ମାଇ ଟ୍ରିପ୍ (ଋବଗ୍ଦରଗଚ୍ଚଞକ୍ସସକ୍ଟ୍ର) । ଏହା ସହ ସମସ୍ତ ବୁକିଂ ବନ୍ଦ କରିଦେଇଛି । ଫଳରେ ମାଳଦୀପରେ ସମସ୍ତ ହୋଟେଲ ବୁକିଂ ମଧ୍ୟ ରଦ୍ଦ ହୋଇଯାଇଛି । ଦେଶର ଦ୍ୱିତୀୟ ବୃହତ୍ତମ ଟ୍ରାଭେଲ ପୋର୍ଟାଲ ଇଜ୍ ମାଇଟ୍ରିପର ସହ ପ୍ରତିଷ୍ଠାତା ପ୍ରଶାନ୍ତ ପିଟି ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି କହିଛନ୍ତି, ‘ଆମ କମ୍ପାନୀ ସମ୍ପୂର୍ଣ୍ଣ ଭାବେ ଭାରତୀୟ ଏବଂ ମେଡ୍ ଇନ୍ ଇଣ୍ଡିଆ । ମାଳଦ୍ୱୀପ ସହ ସଦ୍ୟତମ ବିବାଦ ପରେ ଆମେ ଆମ ଦେଶ ଏବଂ ସରକାରଙ୍କ ସହ ଛିଡ଼ା ହୋଇଛୁ । ତେଣୁ ଆମେ ଭାରତୀୟମାନଙ୍କୁ ବିଦେଶ ଗସ୍ତ ପରିବର୍ତ୍ତେ ଭାରତ ଆସିବାକୁ ନିବେଦନ କରୁଛୁ । ମାଳଦ୍ୱୀପର ୩ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେବା ପ୍ରସଙ୍ଗରେ ଭାରତର କଡ଼ା ଆଭିମୁଖ୍ୟ । ଆଜି ମାଳଦ୍ୱୀପର ରାଷ୍ଟ୍ରଦୂତ ଇବ୍ରାହିମ ସାହିବଙ୍କୁ ବୈଦେଶିକ ମନ୍ତ୍ରାଳୟ ତରଫରୁ ସମନ୍ କରାଯାଇଥିଲା । ସାକ୍ଷାତ ପାଇଁ ତାଙ୍କୁ ଦିଆଯାଇଥିଲା ମାତ୍ର ୪ ମିନିଟ । ଏହି ସମୟରେ ତାଙ୍କୁ ଭାରତ ତରଫରୁ କଡ଼ା ଭାଷାରେ ସଫା ସଫା ଶୁଣାଇ ଦିଆଯାଇଛି ନୂଆଦିଲ୍ଲୀ କଣ ଚାହେଁ । ତିନି ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି ନୂଆଦିଲୀ । ସେହି ୩ ମନ୍ତ୍ରୀଙ୍କୁ ମାଳଦ୍ୱୀପ ସରକାର ସସପେଣ୍ଡ କରିଛନ୍ତି । କିନ୍ତୁ ଏଥିରେ ନୂଆଦିଲ୍ଲୀ ସନ୍ତୁଷ୍ଟ ନୁହେଁ ବୋଲି ସଫା ସଫା ଶୁଣାଇ ଦେଇଛି । ନୂଆଦିଲ୍ଲୀ ଦାବି କରିଛି, ସେହି ୩ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ । ଏହା ଛଡ଼ା ସଂପର୍କରେ ସୁଧାରର ଦାୟିତ୍ୱ ମାଳଦ୍ୱୀପର ରାଷ୍ଟ୍ରପତିଙ୍କ ଦାୟିତ୍ୱ ବୋଲି ଭାରତ କହିଛି । ଯେଉଁ ୩ ମନ୍ତ୍ରୀ ମୋଦିଙ୍କୁ ଅପମାନ ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ମହିଳା ଓ ସେମାନେ ରାଷ୍ଟ୍ରପତି ମୁଇଜୁଙ୍କ ଘନିଷ୍ଠ ବୋଲି କୁହାଯାଉଛି । କିଛି ଦିନ ଭିତରେ ସେ ଚୀନ ଗସ୍ତରେ ଯିବାର ଅଛି । ତେଣୁ ଜାଣିଶୁଣି ଚୀନର ନିକଟତର ହେବାକୁ ଏହି ସ୍କାଣ୍ଡାଲ କରାଯାଇଛି ବୋଲି ଚର୍ଚ୍ଚା ହେଉଛି ।

Leave a Reply