Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଜମେରରେ ତିଆରି ହୋଇଥିବା ଆଠ ସୀତା ରସୋଇ ଅଯୋଧ୍ୟା ଗଲା; ଅଯୋଧ୍ୟାରେ ତିଆରି ହେବ ରୁଟି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଜମେରରେ ତିଆରି ହୋଇଥିବା ଆଠ ସୀତା ରସୋଇ ଅଯୋଧ୍ୟା ଗଲା; ଅଯୋଧ୍ୟାରେ ତିଆରି ହେବ ରୁଟି

ଆଜମେର : ଅଯୋଧ୍ୟାରେ ରାମଭକ୍ତଙ୍କ ପାଇଁ ଭୋଜନ ତିଆରି କରିବା ପାଇଁ ଆଜମେରରୁ ଆଠଟି ରୁଟି ତିଆରି ମେସିନ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛି । ସୋମବାର ଦିନ ବିଧାନସଭା ଅଧ୍ୟକ୍ଷ ବାସୁଦେବ ଦେବନାନୀ ସବୁଜ ପତାକା ଦେଖାଇ ମେସିନ୍‌କୁ ପଠାଇଛନ୍ତି । ସେ କହିଛନ୍ତି ଯେ ମା’ ସୀତା ଭୋଜନ ଶାଳାରେ ଆଜମେରରୁ ମେସିନ୍ ଯିବାରୁ ପୁଣ୍ୟ ପ୍ରାପ୍ତ ହେବ । ଏହି ଅବସରରେ ବିପୁଳ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ । ବିଧାନସଭା ଅଧ୍ୟକ୍ଷ ବାସୁଦେବ ଦେବନାନୀ କହିଛନ୍ତି ଯେ ୨୨ ଜାନୁଆରୀକୁ ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ରାମଙ୍କ ମୂର୍ତି ସ୍ଥାପନା ହେବ । ଏହି ସ୍ୱପ୍ନ ଅନେକ ଦିନରୁ ଭାରତୀୟଙ୍କର ରହିଥିଲା । ଆମେ ୫୦୦ ବର୍ଷ ହେଲା ସଂଘର୍ଷ କରୁଛନ୍ତି ଏବଂ ହଜାର ହଜାର କାରସେବକ ଶହୀଦ ହୋଇଛନ୍ତି । ଭଗବାନ ଗର୍ଭ ଗୃହରେ ବିରାଜିବେ । ଏହା ସମସ୍ତଙ୍କ ସୌଭାଗ୍ୟ ଅଟେ । ଧୀରେ ଧୀରେ ପୁରା ଭାରତ ରାମମୟ ହେଉଛି । ସେ କହିଛନ୍ତି ଯେ ଅଯୋଧ୍ୟା ନଗରୀ ବିଶ୍ୱର ସବୁଠାରୁ ବଡ଼ ତୀର୍ଥସ୍ଥଳ ହେବାକୁ ଯାଉଛି । ଏହି ଅବସରରେ ଆଜମେରବାସୀଙ୍କ ମଧ୍ୟ ସହଭାଗିତା ହୋଇଛନ୍ତି ।

Leave a Reply