Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାନୁୟାରୀ ୧୬ରୁ ମୂର୍ତ୍ତି ନିର୍ମାଣ ସ୍ଥଳରୁ ପୂଜାର ଶୁଭାରମ୍ଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାନୁୟାରୀ ୧୬ରୁ ମୂର୍ତ୍ତି ନିର୍ମାଣ ସ୍ଥଳରୁ ପୂଜାର ଶୁଭାରମ୍ଭ

ଅଯୋଧ୍ୟା : ଶ୍ରୀରାମଲଲାଙ୍କ ମୂର୍ତ୍ତି ନିର୍ମାଣ ହୋଇଥିବା କୁଡିଆରୁ ଜାନୁୟାରୀ ୧୬ ତାରିଖରୁ ଆରମ୍ଭ ହେବା ପୂଜା । ଏହାପରେ ମୂର୍ତ୍ତି ନିର୍ମାଣ କରିଥିବା ଶିଳ୍ପୀଙ୍କ ପ୍ରାୟଶ୍ଚିତ୍ତ ପୂଜନ କରାଯିବ । ବିଶ୍ୱ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ପ୍ରବକ୍ତା ଓ ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ ଅଶୋକ ତିୱାରୀ ଏହି ସୂଚନା ଦେଇଛନ୍ତି । ଅଶୋକ ତିୱାରୀ କହିଛନ୍ତି ଯେ, ଫେବୃୟାରୀ ୧୭ରେ ଶ୍ରୀ ବିଗ୍ରହର ପରିସର ଭ୍ରମଣ କରାଯିବ । ଗର୍ଭଗୃହ ଶୁଦ୍ଧିକରଣ କରାଯିବ । ଜାନୁୟାରୀ ୧୮ରେ ଅଧିବାସ ଆରମ୍ଭ ହେବ । ଦୁଇଟି ସମୟ ଜଳାଧିବାସ ହେବ । ଏହାସହିତ ସୁଗନ୍ଧି ଓ ଗନ୍ଧାଧିବାସ ମଧ୍ୟ ହେବ । ଜାନୁୟାରୀ ୧୯ ସକାଳେ ଫଳ ଅଧିବାସ ଓ ସନ୍ଧ୍ୟାରେ ଧ୍ୟାନ ଅଧିବାସ ହେବ । ଏହିପରି ଭାବେ ଜାନୁୟାରୀ ୨୦ ତାରିଖ ସକାଳେ ପୁଷ୍ପ ଓ ରତ୍ନ ଅଧିବାସ । ସନ୍ଧ୍ୟାରେ ଘୃତ ଅଧିବାସ ହେବ । ଭଗବାନ ରାମ ସୂର୍ଯ୍ୟବଂଶୀ ଅଟନ୍ତି, ତେଣୁ ଆଦିତ୍ୟ ମଧ୍ୟ ଦ୍ୱାଦଶ ଅଟନ୍ତି । ଏଥିପାଇଁ ଦ୍ୱାଦଶ ଅଧିବାସ କରାଯିବ । ଏହାସହିତ ଜାନୁୟାରୀ ୧୬ରୁ ୨୨ ତାରିଖ ଯାଏ ଚର୍ତୁବେଦ ଯଜ୍ଞ ହେବ । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ବ୍ରହ୍ମା ଗଣେଶ୍ୱର ଶାସ୍ତ୍ରି ଦ୍ରାବିଡ,ପ୍ରମୁଖ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତ, ସୁନୀଲ ଦୀକ୍ଷିତ, ଗଜାନନ୍ଦ ଜୋଗକର, ଅନୁପମ ଦିକ୍ଷିତ, ଘଟାଟେ ଗୁରୁଜୀ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ ସମ୍ପନ୍ନ କରିବେ । ଏଥିରେ ୧୧ଜଣ ଯଯମାନ ମଧ୍ୟ ରହିବେ । ଜାନୁୟାରୀ ୧୧ ମଧ୍ୟ ଦିବସରେ ଶ୍ରୀରାମଲଲାଙ୍କ ବିଗ୍ରହରୁ ଆଖିର ପଟି ଖୋଲାଯିବ ଏବଂ ତାଙ୍କୁ ଦର୍ପଣ ଦେଖାଯିବ ।

Leave a Reply