Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସାଧୁସନ୍ଥଙ୍କ ସୁରକ୍ଷା ନିମନ୍ତେ ସଶକ୍ତ ଆଇନ୍ ଦାବିରେ ବିକ୍ଷୋଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସାଧୁସନ୍ଥଙ୍କ ସୁରକ୍ଷା ନିମନ୍ତେ ସଶକ୍ତ ଆଇନ୍ ଦାବିରେ ବିକ୍ଷୋଭ

ଭୁବନେଶ୍ୱର/ନିଶ୍ଚିନ୍ତକୋଇଲି: ଭାରତ ସନାତନୀ ହିନ୍ଦୁ ସଂସ୍କୃତିର ଦେଶ । କିନ୍ତୁ ଏହାକୁ ସାମ୍ବିଧାନିକ ରୂପେ ସିକୁଲାର ଦେଶ ଘୋଷଣା କରାଯାଇଥିବାରୁ ସନାତନୀ ହିନ୍ଦୁ ବିଚାର ଉପରେ କୌଣସି ଆକ୍ରମଣ ହେଲେ କିମ୍ୱା ଆଘାତ ଆସିଲେ ରାଜ୍ୟ ସରକାର କିମ୍ୱା କେନ୍ଦ୍ର ସରକାର ସୁରକ୍ଷା ଦେଇ ନ ଥାଆନ୍ତି । ଯାହାର ସୁଯୋଗ ନେଇ ବିଦେଶୀ ବିଚାରରେ ପ୍ରଭାବିତ ଗୋଷ୍ଠୀ ସନାତନ ହିନ୍ଦୁ ଧର୍ମର ମାନବିନ୍ଦୁ ସାଧୁସନ୍ଥଙ୍କ ଉପରେ ଅନବରତ ଆକ୍ରମଣ କରି ଆସୁଛନ୍ତି । ଆମ ସଂସ୍କୃତିର ପ୍ରଚାରକ ତଥା ଏକ ମାନବିନ୍ଦୁ ଆମର ପୂଜ୍ୟ ସାଧୁସନ୍ଥ । ତାଙ୍କରି ଅବଦାନ ପୁଣ୍ୟଭୁମି ଭାରତର ମହାନ ସଂସ୍କୃତି । ସମାଜର ମାର୍ଗଦର୍ଶକ ଏବଂ ଆଦର୍ଶର ବିନ୍ଦୁ ପୂଜ୍ୟ ସାଧୁ ସନ୍ଥ ମାନେ ଆଜି ନିଜ ମାତୃଭୂମିରେ ଅବହେଳିତ, ନିର୍ଯ୍ୟାତିତ, ଲାଞ୍ଛିତ ଏବଂ ଅସୁରକ୍ଷିତ । ଏହି ସନ୍ଥ ମାନଙ୍କୁ ଲୋକଲୋଚନରେ ଅପମାନିତ ଏପରିକି ମରଣାନ୍ତକ ଆକ୍ରମଣଠାରୁ ବିଭିନ୍ନ ଷଡଯନ୍ତ୍ର ଓ ହତ୍ୟା ପର୍ଯ୍ୟନ୍ତ ସମାଜ ଆଗରେ ଏକ ସାଧାରଣ ବିଷୟ ପାଲଟିଗଲାଣି କ୍ଷ ଏହା ଏକ ସଭ୍ୟ ସମାଜ ପାଇଁ ଚିନ୍ତା ଓ ଲଜ୍ୟାର ବିଷୟ । ଏଇ ପବିତ୍ର ଉତ୍କଳମାଟିରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ନିର୍ମମ ହତ୍ୟା, ମହାରାଷ୍ଟ୍ରର ପାଲଘର ଠାରେ ସ୍ୱାମୀ କଳ୍ପବୃକ୍ଷ ଗିରି ଓ ସୁଶୀଲ ଗିରିଙ୍କ ଭଳି ନିରୀହ ସାଧୁସନ୍ଥଙ୍କ ଷଡଯନ୍ତ୍ର ପୂର୍ବକ ହତ୍ୟା ହେଇଥିଲା ଏବଂ ନିକଟ ଅତୀତରେ ନଭେମ୍ବର ୧୪ ତାରିଖ ଦିନ ଦେବଗିରି କଲ୍ୟାଣସିଂହପୁର ଠାରେ ମହାନ ସଂସ୍କୃତି ରକ୍ଷକ, ସମାଜସେବୀ ପୂଜ୍ୟ ସନ୍ଥ କ୍ରାନ୍ତି ସ୍ୱରୁପାନନ୍ଦଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି କ୍ଷ ବାରମ୍ବାର ଏତାଦୃଶ ଅମାନୁଷିକ, ହୃଦୟବିଦାରକ ଘଟଣାର ପ୍ରତିକାର ସମାଜ ପାଇଁ ନିତାନ୍ତ ଆବଶ୍ୟକ । ଏଣୁ ସନାତନୀ ସାଧୁସନ୍ଥଙ୍କ ସୁରକ୍ଷା ନିମନ୍ତେ ଜାତୀୟ ସ୍ତରରେ ଏକ ସଶକ୍ତ ଆଇନ୍ ପ୍ରଣୟନ ଦାବିରେ ଆଜି ଓଡ଼ିଶା ବିଧାନସଭା ସମ୍ମୁଖରେ ବିଭିନ୍ନ ସନାତନୀ ହିନ୍ଦୁ ସଙ୍ଗଠନମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ବାହାରୁ ଅନେକ ସାଧୁସନ୍ଥ ଯୋଗ ଦେଇଥିଲେ । ଏଥିରେ ସମର୍ଥନ ଦେଇଥିବା ସଂଘଠନମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ସନାତନ, ଅଖିଳ ଭାରତୀୟ ସନ୍ଥ ସମିତି, ନିଖିଳ ଉତ୍କଳ ମଠ ମନ୍ଦିର ସେବା ସଂଘ, ସନାତନ ସନ୍ଥ ସମାଜ, ଓଡିଶା ସନ୍ଥ ସୁରକ୍ଷା ମିଶନ, ଓଡିଶା ସନ୍ଥ ସୁରକ୍ଷା ସମିତି, ଶ୍ରୀ ପାଞ୍ଚ ଦଶ ନାମା ଜୁନା ଆଖଡ଼ା, ଶ୍ରୀ କ୍ଷେତ୍ର ମଠ ମନ୍ଦିର ସଂଘ, ମୁକ୍ତି ପ୍ରଶିକ୍ଷଣ ବେଦାନ୍ତ ଆଶ୍ରମ, ବିଶ୍ୱ ହିନ୍ଦୁ ପରିଷଦ, ଧର୍ମ ଜାଗରଣ ସମନ୍ୱୟ ,ହିନ୍ଦୁ ମହାସଂଘ ଓଡିଶା, ରାଷ୍ଟ୍ରୀୟ ଜନଜାଗରଣ ମହାସଂଘ, ଗୋପବନ୍ଧୁ ସ୍ୱଚ୍ଛ ସେବା, ନୀଳାଞ୍ଚଳ ସାରସ୍ୱତ ସଂଘ, ଭାରତ ରକ୍ଷା ମଞ୍ଚ, ରାଷ୍ଟ୍ରୀୟ ମାନବାଧିକାର ସଚେତନତା ସଂଘ, ରାଷ୍ଟ୍ରୀୟ ମନ୍ଦିର ସେବକ ସଂଘ, ରାଷ୍ଟ୍ରୀୟ ବଜରଙ୍ଗ ସେନା, ରାଷ୍ଟ୍ରୀୟ ହିନ୍ଦୁ ସଂଘଠନ, ଆନ୍ତରାଷ୍ଟ୍ରୀୟ ବସୁନ୍ଧରା ପରିବାର, ହିନ୍ଦୁ ଏକତା ମଞ୍ଚ , ଭେଟେରାନ୍ସ କ୍ଳବ୍ ଓଡ଼ିଶା, ଜଗନ୍ନାଥ କୀର୍ତନ ମଣ୍ଡଳ, ଶ୍ରୀ ରାମ ୟୁ୍ୱା ପରିଷଦ, ଧରିତ୍ରୀ ସେବା ସଂସ୍ଥା, ବଜରଙ୍ଗ ଦଳ, ଶିବ ସେନା, ଦେବ ସେନା, ନବ ଭାରତ ହିନ୍ଦୁ ସଂଗଠନ, ରାଷ୍ଟ୍ରୀୟ ଧର୍ମ ହିନ୍ଦୁ ସଂଘଠନ, ଜଗନ୍ନାଥ ଯୁବା ବାହିନୀ, ସୁଦର୍ଶନ ରାଷ୍ଟ୍ରନିର୍ମାଣ ଓଡିଶା, ଅଖଣ୍ଡ ଭାରତ ବ୍ରାହ୍ମଣ ମହାସଂଘ, ଶ୍ରୀ ରାମ ସେବା ସଂଘ , ବିଶ୍ୱ ଗୋ ସୁରକ୍ଷା ବାହିନୀ, ଧର୍ମ ଯୋଦ୍ଧା ସଂଙ୍ଘଠନ, ହିନ୍ଦୁ ରାଷ୍ଟ୍ର ଶକ୍ତି, କଲ୍ୟାଣୀ ଭାରତୀ, ଦାନ ଦକ୍ଷିଣା , ହିନ୍ଦୁ ଜାଗରଣ ମଞ୍ଚ , ଧର୍ମ ଜାଗରଣ ମଞ୍ଚ ଆଦିର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Leave a Reply