Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓୱାସିଙ୍କ ଜିଭ କାଟିଲେ ଦିଆଯିବ ୧୧ ଲକ୍ଷ ପୁରସ୍କାର: ହିନ୍ଦୁ ସେନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓୱାସିଙ୍କ ଜିଭ କାଟିଲେ ଦିଆଯିବ ୧୧ ଲକ୍ଷ ପୁରସ୍କାର: ହିନ୍ଦୁ ସେନା

ପ୍ରୟାଗରାଜ : ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ନେଇ ଦେଶରେ ଉତ୍ସବ ଏବଂ ଖୁସିର ପରିବେଶ ରହିଛି । ଏହି ସମୟରେ, ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏକ ଉତ୍ତେଜନାକାରୀ ଭାଷଣ ଯୋଗୁ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି । ରାମ ମନ୍ଦିର ସମ୍ବନ୍ଧରେ ଓୱାଇସିଙ୍କ ଏହି ଭାଷଣ ନେଇ, ହିନ୍ଦୁ ସେନା ପକ୍ଷରୁ କ୍ରମାଗତ ଭାବରେ ପ୍ରତିକ୍ରିୟା ଆସୁଛି । ଯେଉଁଠାରେ ଦିଲ୍ଲୀର ହିନ୍ଦୁ ସେନା ଓୱାଇସିଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ । ଏଥି ସହିତ ଗୁଜରାଟର ହିନ୍ଦୁ ସେନା ଘୋଷଣା କରିଛି ଓୱାଇସିଙ୍କର ଜିଭ କାଟିଲେ ତାଙ୍କୁ ୧୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ରାମ ମନ୍ଦିର ସମ୍ବନ୍ଧରେ ଓୱାଇସିଙ୍କ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ନେଇ ଗୁଜରାଟର ହିନ୍ଦୁ ସେନା ସଭାପତି ପ୍ରତୀକ ଭଟ୍ଟ ଏହା ଘୋଷଣା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାମ ମନ୍ଦିର ନିର୍ମାଣ ହେଉଛି, ସେତେବେଳେ ଓୱାଇସି କିପରି ସମ୍ବିଧାନକୁ ଉଲ୍ଲଂଘନ କରି ପାରିବେ । ଓୱାଇସି ଏଭଳି ଭାଷଣ ଦେଇ ଦେଶରେ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଯାହାଫଳରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ତିକ୍ତତାର ବାତାବରଣ ହେବାର ଆଶଙ୍କା ରହିଛି । ଓୱାଇସି ରାମ ମନ୍ଦିର ବିଷୟରେ ଏକ ବିବାଦୀୟ ଭାଷଣ ଦେଇ ବାବ୍ରି ମସଜିଦକୁ ଶହୀଦ ବୋଲି କହି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଥିଲେ । ଓୱାଇସି କହିଥିଲେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ଭୁଲ । କେବଳ ଏତିକି ନୁହେଁ ବାବ୍ରି ମସଜିଦ ମଧ୍ୟ ଛଡ଼ାଇ ନିଆଯାଇଛି ବୋଲି ସେ କହିଥିଲେ । ଏହି ଭାଷଣ ନେଇ ହିନ୍ଦୁ ସେନା କହିଛି ଓୱାଇସି ତାଙ୍କ ଭାଷଣରେ ମୁସଲମାନ ସମ୍ପ୍ରଦାୟର ଯୁବବର୍ଗମାନଙ୍କୁ ଉତ୍ତେଜିତ କରୁଛନ୍ତି । ସେ ଦେଶରେ ସାମ୍ପ୍ରଦାୟିକ ଘୃଣା ବିସ୍ତାର କରି ଶାନ୍ତି ଭଙ୍ଗ କରିବାକୁ ଚାହୁଁଛନ୍ତି ।

Leave a Reply