Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାହାଜ ଅପହରଣ ଘଟଣା: ସୁରକ୍ଷିତ ଉଦ୍ଧାର ହେଲେ ୧୫ଭାରତୀୟ ନାବିକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାହାଜ ଅପହରଣ ଘଟଣା: ସୁରକ୍ଷିତ ଉଦ୍ଧାର ହେଲେ ୧୫ଭାରତୀୟ ନାବିକ

ନୂଆଦିଲ୍ଲୀ: ସୁରକ୍ଷିତ ଉଦ୍ଧାର ହେଲେ ଅପହରଣ ହୋଇଥିବା ୧୫ଭାରତୀୟ ନାବିକ । ୧୫ଜଣ ଭାରତୀୟ ନାବିକ ଥିବା ଲିବେରିଆରେ ପଞ୍ଜୀକୃତ ଏକ ବାଣିଜ୍ୟ ପୋତକୁ ସୋମାଲିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅପହରଣ କରି ନିଆଯାଇଥିଲା । ନାବିକଙ୍କୁ ଉଦ୍ଧାର କରିବା ପାଇଁ ଅପହରଣ ହୋଇଥିବା ଜାହାଜ ପାଖରେ ପହଞ୍ଚିଥିଲା ଭାରତୀୟ ନୌସେନା । ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନାଇରେ ଭାରତୀୟ ନୌସେନାର ଅଭିଜ୍ଞ ସାମୁଦ୍ରିକ କମାଣ୍ଡୋ ଅପହରଣ ହୋଇଥିବା ଜାହାଜ ଏମଭି ଲୀଲା ର୍ନଫକ୍ ପାଖରେ ପହଞ୍ଚିଥିଲେ । ନାବିକଙ୍କୁ ଛାଡ଼ିବା ପାଇଁ ଜଳ ଦସ୍ୟୁଙ୍କୁ ଚେତାବନୀ ଦେବା ସହ ତୁରନ୍ତ ଉଦ୍ଧାର କାମ ଆରମ୍ଭ କରିଥିଲେ କମାଣ୍ଡୋ ।ଉଦ୍ଧାର ଅଭିଯାନ ପରେ ଏବେ ୧୫ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଖବର ମିଳିଛି । ଭାରତୀୟ ନୌସେନା ପକ୍ଷରୁ ଏହି ସୂଚନା ଦିଆଯିବା ସହ ଜାହାଜରେ ବିଭିନ୍ନ ଭାଗକୁ ଭଲ ଭାବରେ ଯାଞ୍ଚ କରାଯାଉଥିବା କୁହାଯାଇଛି । ଉଲ୍ଲେଖଯୋଗ୍ୟ, ବ୍ରାଜିଲରୁ ବାହାରିନ୍ ଯାଉଥିବା ବାଣିଜ୍ୟ ପୋତ ଭିତରକୁ ଗୁରୁବାର ୫/୬ଜଣ ଜଳ ଦସ୍ୟୁ ପ୍ରବେଶ କରିଥିବା କଥା କହି ଉକ୍ତ ବାଣିଜ୍ୟପୋତ ସତର୍କ ସୂଚନା ଜାରି କରିଥିଲା । ବାଣିଜ୍ୟ ପୋତ ‘ଏମ୍ ଲୀଲା ନଫକ୍‌’କୁ ଅପହରଣ କରାଯାଇଥିବା କଥା ଗୁରୁବାର ସନ୍ଧ୍ୟାରେ ସୂଚନା ପାଇବା ପରେ ଭାରତୀୟ ନୌସେନା ଜାହାଜର ଗତିବିଧି ଉପରେ ନଜର ରଖିଥିଲା । ଜାହାଜକୁ ଉଦ୍ଧାର କରିବା ଲାଗି ସେ ଅଞ୍ଚଳରେ ଥିବା ‘ମେରିଟାଇମ୍ ସିକ୍ୟୁରିଟି ଟାସ୍କ୍ ଫୋର୍ସ’ର (ଏମ୍‌ଏନ୍‌ଏଫ୍‌) ବିଭିନ୍ନ ଏଜେନ୍‌ସିମାନଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ପରେ ସଫଳତାର ସହ ନୌସେନାର ଅଭିଜ୍ଞ ସାମୁଦ୍ରିକ କମାଣ୍ଡୋ ଅପହରଣ ହୋଇଥିବା ଜାହାଜ ପାଖରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ ।

Leave a Reply