Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷା ହେବ ଅତ୍ୟାଧୁନିକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷା ହେବ ଅତ୍ୟାଧୁନିକ

ଅଯୋଧ୍ୟା : ଆଗାମୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜନ ହେବ । ତେବେ ଏହି ଉତ୍ସବ ପୂର୍ବରୁ ମନ୍ଦିରର ସୁରକ୍ଷାରେ ବିଶାଳ ପରିବର୍ତ୍ତନ ହୋଇଛି । ଏଥିରେ ରାମ ମନ୍ଦିରର ସୁରକ୍ଷା ଦାୟିତ୍ୱ ଅଯୋଧ୍ୟା ପୋଲିସକୁ ନ୍ୟସ୍ତ କରାଯାଇଛି । ଏହା ପୂର୍ବରୁ ମନ୍ଦିରର ସୁରକ୍ଷା ଦାୟିତ୍ୱ ସିଆରପିଏଫ ଉପରେ ନ୍ୟସ୍ତ ଥିଲା । ହେଲେ ଏବେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ସମଗ୍ର ମନ୍ଦିର ପରିସର ସମେତ ଅଯୋଧ୍ୟାର ସୁରକ୍ଷା ଦାୟିତ୍ୱ ପୋଲିସ ହାତରେ ରହିବ । ସୂଚନା ମୁତାବକ ୟୁପି ପୋଲିସ ମନ୍ଦିର ପରିସରରେ ସ୍ପେଶାଲ ଟାସ୍କଫୋର୍ସ ମୁତୟନ କରିବ । ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିଆରପିଏଫ ଏପର୍ଯ୍ୟନ୍ତ ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜନୈକ ଅଧିକାରୀ କହିଛନ୍ତି ଯେ ୧୯୯୨ ମସିହାରେ ବାବ୍ରି ମସଜିଦ ଭଙ୍ଗା ଘଟଣା ପରେ ସୁପ୍ରିମକୋର୍ଟ ପୁରା ରାମଜନ୍ମଭୂମି ପରିସରରେ ସିଆରପିଏଫ ମୁତୟନ କରିଥିଲେ । ଏହା ପରଠାରୁ ପରିସର ସୁରକ୍ଷା ଏପର୍ଯ୍ୟନ୍ତ ସିଆରପିଏଫ କରିଆସୁଥିଲା । ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ନିମନ୍ତେ ତାରିଖ ଧାର୍ଯ୍ୟ ହୋଇଛି । ଏହା ପରେ ମନ୍ଦିରର ସୁରକ୍ଷା ଦାୟିତ୍ୱ ୟୁପି ବିଶେଷ ସୁରକ୍ଷା ବଳ( ଏସଏସଏଫ) ଉପରେ ନ୍ୟସ୍ତ ହେବ । ରାମ ମନ୍ଦିରର ସୁରକ୍ଷା ଯେଉଁ ଏସଏସଏଫ ଜବାନଙ୍କ ହାତରେ ନ୍ୟସ୍ତ ରହିବ ସେମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ରହିବେ । ସୁରକ୍ଷା ଲାଗି ଜବାନମାନଙ୍କୁ ବିଶେଷ ରୂପେ ପ୍ରଶିକ୍ଷିତ ମଧ୍ୟ କରାଯାଇଛି । ମନ୍ଦିର ପରିସରର ସୁରକ୍ଷା ନିମନ୍ତେ ଆଧୁନିକ କଣ୍ଟ୍ରୋଲ ରୁମ ମଧ୍ୟ ତିଆରି ହୋଇଛି । ଏହା ଛଡା ପରିସରରେ ବୋମା ବିପଦର ମୁକାବିଲା ନିମନ୍ତେ ବୋମା ନିରୋଧକ ସ୍କ୍ୱାର୍ଡ ଓ ଡଗ ସ୍କ୍ୱାର୍ଡକୁ ମଧ୍ୟ ମୁତୟନ କରାଯିବ । ରାମ ମନ୍ଦିର ପରିସରର ସୁରକ୍ଷା ନିମନ୍ତେ ଏବେ ୬ ବଟାଲିୟନ ସିଆରପିଏଫ ମୁତୟନ ଅଛନ୍ତି । ଏଥିରେ ଏକ ମହିଳା ବଟାଲିୟନ ମଧ୍ୟ ଅଛି । ବଟାଲିୟନରେ ମୁତୟନ ଜବାନ ରେଡ ଜୋନର ସୁରକ୍ଷା କରୁଛନ୍ତି । ଏହା ଛଡା ପିଏସିର ୧୨ କମ୍ପାନୀ ମଧ୍ୟ ସୁରକ୍ଷାରେ ମୁତୟନ ଅଛନ୍ତି । ଏହା ବାଦେ ବାହାରର ସୁରକ୍ଷା ନିମନ୍ତେ ୟୁପି ପୋଲିସ ମୁତୟନ ରହୁଛି ।

Leave a Reply