Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆସାମରେ ଶେଷ ହେବ ଉଗ୍ରବାଦ! - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆସାମରେ ଶେଷ ହେବ ଉଗ୍ରବାଦ!

ନୂଆଦିଲ୍ଲୀ: ଆସାମ ଓ ଉତ୍ତର-ପୂର୍ବ ସଂପର୍କକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ସଫଳତା ପାଇଛନ୍ତି । ଶୁକ୍ରବାର ସରକାର ଏବଂ ଉଗ୍ରବାଦୀ ସଂଗଠନ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଉଲ୍‌ଫାର ଟିମ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ କେନ୍ଦ୍ର ଏବଂ ଆସାମ ସରକାରଙ୍କ ସହ ଏକ ଦ୍ୱିପାକ୍ଷିକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଆସାମର ଭବିଷ୍ୟତ ପାଇଁ ଆଜି ଏକ ଉଜ୍ଜ୍ୱଳ ଦିନ । ମୋ ପାଇଁ ଖୁସିର ବିଷୟ । ଦୀର୍ଘ ଦିନ ଧରି ଆସାମ, ଉତ୍ତର-ପୂର୍ବ ହିଂସାର ସମ୍ମୁଖୀନ ହୋଇଥିଲା । ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦିଲ୍ଲୀ ଏବଂ ଉତ୍ତର-ପୂର୍ବ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବାକୁ ଉଦ୍ୟମ କରାଯାଇଥିଲା । ଗୃହମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରେରଣାରେ ଶାନ୍ତି ଏବଂ କଥାବାର୍ତ୍ତା ପାଇଁ ଖୋଲା ହୃଦୟରେ ଆପୋଷ ବୁଝାମଣା ହୋଇଛି । ଉତ୍ତର-ପୂର୍ବରେ ଏପର୍ଯ୍ୟନ୍ତ ୯୦୦୦ରୁ ଅଧିକ ଉଗ୍ରବାଦୀ ଆତ୍ମସମର୍ପଣ କରିଛନ୍ତି । ଆଜିର ତ୍ରିପାକ୍ଷିକ ଚୁକ୍ତି ସମସ୍ତଙ୍କ ପାଇଁ ଲାଭଦାୟକ ହେବ । ଏଥି ସହ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, “ଆସାମ ପାଇଁ ଆଜି ଏକ ଐତିହାସିକ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶନାରେ ଆସାମର ଶାନ୍ତି ପ୍ରକ୍ରିୟା ଜାରି ରହିଛି ।”

Leave a Reply