Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜନ୍ମ ତିଥି:ସହିଦ ଉଦ୍ଦାମ୍ ସିଂହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜନ୍ମ ତିଥି:ସହିଦ ଉଦ୍ଦାମ୍ ସିଂହ

ଉଦ୍ଧାମ୍ ସିଂହ ଜଣେ ରାଷ୍ଟ୍ରବାଦୀ ଭାରତୀୟ କ୍ରାନ୍ତିକାରୀ ଥିଲେ । ତାଙ୍କ ଜନ୍ମ ୧୮୯୯ ମସିହା ଆଜିର ଦିନରେ ହୋଇଥିଲା । ମାତ୍ର ୭ବର୍ଷ ବୟସରେ ମାତାପିତାଙ୍କୁ ହରାଇ ବଡ଼ ଭାଇଙ୍କ ସହ ବାକି ଜୀବନ ଏକ ଅନାଥାଳୟରେ ବିତାଇଥିଲେ । ମାଟ୍ରିକ୍ ପରୀକ୍ଷା ପରେ ପଢ଼ା ଛାଡ଼ିଲେ । ୧୯୧୯ ଏପ୍ରିଲ୍ ୧୩ରେ ହୋଇଥିବା ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ ତାଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଥିଲା । ସେତେବେଳର ଜେନେରାଲ୍ ସାର୍ ମାଇକେଲ୍ ଡାୟାର୍ ଘଟଣାସ୍ଥଳରେ ଆଖିବୁଜା ଗୁଳିଚାଳନା କରିଥିଲେ । ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଘଟଣାଟି ତାଙ୍କୁ ଯେତିକି ଦୁଃଖିତ କରିଥିଲା ତା’ଠୁ ଅଧିକ କ୍ରୋଧିତ କରିଥିଲା । ଏହାର ପ୍ରତିଶୋଧ ନେବାକୁ ସେ ପଣ କଲେ । ସେତେବେଳେ ସେ ଭଗତ୍ ସିଂହଙ୍କ କାର୍ଯ୍ୟପ୍ରଣାଳୀ ଏବଂ ତାଙ୍କ କ୍ରାନ୍ତିକାରୀ ସମୂହଙ୍କର ସାହସ ଶକ୍ତିରେ ଖୁବ୍ ପ୍ରଭାବିତ ହୋଇଥିଲେ । ତେଣୁ ଇଂରେଜମାନେ ତାଙ୍କୁ ଭଗତ ସିଂହଙ୍କ ଗୁପ୍ତଚର ଭାବି ଗିରଫ କଲେ । ଜେଲ୍‌ରୁ ବାହାରିବା ପରେ ଅନେକ ସମୟରେ ସେ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ । ୧୯୪୦ ମାର୍ଚ୍ଚ ୧୩ରେ ଏହି ସୁଯୋଗ ତାଙ୍କ ହାତକୁ ଆସିଲା । ସେଦିନ ଲଣ୍ଡନ୍‌ର କାକ୍ସଟନ୍ ହଲ୍‌ରେ ଇଷ୍ଟ ଇଣ୍ଡିଆ ଆସୋସିଏସନ୍ ଏବଂ ରୟାଲ୍ ସେଣ୍ଟ୍ରାଲ୍ ଏସିଆଇ ସୋସାଇଟି ମଧ୍ୟରେ ସାକ୍ଷାତକାର ଚାଲିଥିଲା । ଏହି ସମୟରେ ଉଦ୍ଧାମ୍ ସିଂହ ହାତରେ ବନ୍ଧୁକ ଧରି ଭିତରକୁ ପ୍ରବେଶ କଲେ ଏବଂ ସାର୍ ମାଇକେଲ୍ ଡାୟାର୍‌ଙ୍କୁ ଗୁଳିକରି ହତ୍ୟା କଲେ । ଏହି ଘଟଣାରେ ତାଙ୍କୁ ଗିରଫ କରାଯାଇ ଅଭିଶପ୍ତ କବର ଫାଶୀ ଦଣ୍ଡାଦେଶ ଦିଆଗଲା । ୧୯୪୦ ମସିହା ଜୁଲାଇ ୩୧ରେ ତାଙ୍କୁ ଫାଶୀ ଦିଆଯାଇଥିଲା ।

Leave a Reply