Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାସ୍ତା ଦୁର୍ଘଟଣାରେ ‘କ୍ୟାସ୍ ଲେସ୍‌’ ହେବ ଆହତଙ୍କ ଚିକିତ୍ସା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାସ୍ତା ଦୁର୍ଘଟଣାରେ ‘କ୍ୟାସ୍ ଲେସ୍‌’ ହେବ ଆହତଙ୍କ ଚିକିତ୍ସା

ନୂଆଦିଲ୍ଲୀ : ସଡ଼କ ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି । ସାରା ଦେଶରେ ସଡ଼କର ଯେପରି ଉନ୍ନତିକରଣ ହେଉଛି ଦୁର୍ଘଟଣା ମଧ୍ୟ ସେହିପରି ବଢ଼ି ବଢ଼ି ଚାଲିଛି । ଏଥିରେ ଏବେ ସଡ଼କ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ନିମନ୍ତେ କ୍ୟାସ୍ ଲେସ୍ ଚିକିତ୍ସା ବ୍ୟବସ୍ଥା ହାତକୁ ନେବେ ପାଇଁ ଯୋଜନା ହେଉଛି, ଯାହା ଦ୍ୱାରା ଲୋକଙ୍କ ଜୀବନ ବଞ୍ଚାଯାଇପାରିବ । କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ( ଏମଓଆରଟିଏଚ୍‌) ଆଗାମୀ ୩ରୁ ୪ ମାସ ମଧ୍ୟରେ ସାରା ଦେଶରେ ସଡ଼ଦୁର୍ଘଟଣା ପୀଡ଼ିତଙ୍କ ନିମନ୍ତେ କ୍ୟାସଲେସ୍ ଉପଚାର ଏହି ଯୋଜନା ନୂଆ ସଂଶୋଧିତ ମୋଟର ଭେଇକଲ ଆକ୍ଟ ୨୦୧୯ର ଅଂଶବିଶେଷ ହେବ ।ତେବେ ଦେଶର କେତେକ ରାଜ୍ୟରେ ସଡ଼କ ଦୁର୍ଘଟଣା ଆହତଙ୍କ କ୍ୟାସଲେସ୍ ଉପଚାର ଯୋଜନା ପୂର୍ବରୁ ମଧ୍ୟ କାର୍ଯ୍ୟକାରୀ ହେଉଛି । ତେବେଯୋଜନା ଅପଡେଟ୍ ପରେ ସାରା ଦେଶରେ ସମ୍ପୂର୍ଣ୍ଣ ରୂପେ ଲାଗୁ ହୋଇଯିବ । ଏହି ଘୋଷଣା ଦିଲ୍ଲୀରେ ଅନୁଷ୍ଠିତ ୩ଦିବସୀୟ ‘ଗ୍ଲୋବାଲ ରୋଡ ସେଫ୍ଟି ଇନିସିଏଟିଭ’ ରେ କରାଯାଇଛିଯାହାରଆୟୋଜନଇନିଷ୍ଟେଚ୍ୟୁଟ୍ଅଫରୋଡଟ୍ରାଫିକଏଜୁକେସନ(ଆଇଆରଟିଇ)ଏମଓଆରଟିଏଚଙ୍କ ସହଯୋଗରେକରିଥିଲେ । ହନ ଓ ରାଜମାର୍ଗ ମନ୍ତ୍ରାଳୟସଚିବ ଅନୁରାଗ ଜୈନ କହିଛନ୍ତି ଯେକ୍ୟାସଲେସ୍ ଟ୍ରିଟମେଣ୍ଟକୁ ମୋଟରଭେଇକଲ ଆକ୍ଟଦ୍ୱାରା ପରିଭାଷିତ ଗୋଲ୍େଡନ ଆୱାର ରୋଡ ଆକ୍ସିଡେଣ୍ଟପୀଡ଼ିତଙ୍କ ଲାଗି ମଧ୍ୟ ସମ୍ପ୍ରସାରଣକରାଯିବ’ । ସେ କହିଛନ୍ତି ଯେ ଭାରତରେ ସଡ଼କ ଦୁର୍ଘଟଣା ଯୋଗୁ ହେଉଥିବା ମୃତ୍ୟୁ ସାରା ବିଶ୍ୱରେ ଅଧିକ । ୨୦୩୦ ମସିହା ସୁଦ୍ଧା ଦୁର୍ଘଟଣାହାର ୫୦ ପ୍ରତିଶତ କମ କରିବା ପାଇଁ ମନ୍ତ୍ରାଳୟ ସଡ଼କ ସୁରକ୍ଷା ପାଇଁ ମନ୍ତ୍ରାଳୟ ଫାଇବ-ଇ ରଣନୀତି ପ୍ରସ୍ତୁତ କରିଛନ୍ତି । ସାରା ଦେଶରେ ସଡ଼କ ଦୁର୍ଘଟଣାର ରିପୋର୍ଟିଂ, ପ୍ରବନ୍ଧନ ଓ ବିଶ୍ଲେଷଣ ମାସେ ବା ଦୁଇମାସ ମଧ୍ୟରେ ଇଞ୍ଜିନିୟରିଂ ଦୋଷକୁ ଠିକ୍ କରିବା ପାଇଁ ଏକ କେନ୍ଦ୍ରୀୟ ଭଣ୍ଡାର ସ୍ଥାପନା ନିମନ୍ତେ ଇଲେକ୍ଟ୍ରୋନିକ ବିସ୍ତୃତ ଦୁର୍ଘଟଣା ରିପୋର୍ଟ ଇ-ଡିଆର ପ୍ରକଳ୍ପ ମଧ୍ୟ ଆରମ୍ଭ କରାଯାଇଛି ।

Leave a Reply