Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଫୁଲନଖରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନମେଳା ଓ ମୀନାବଜାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଫୁଲନଖରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନମେଳା ଓ ମୀନାବଜାର

ଫୁଲନଖରା : ଫୁଲନଖରାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ଅବସରରେ ବିଜ୍ଞାନମେଳା ଓ ମୀନାବଜାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରାୟ ୮୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।ଏତଦ୍ ବ୍ୟତୀତ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ସୁସ୍ୱାଦୁ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଷ୍ଟଲ୍‌ ମଧ୍ୟରେ ପ୍ରଦର୍ଶିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଶକୁନ୍ତଳା ପ୍ରଧାନଙ୍କ ପୌରହିତ୍ୟରେଅନୁଷ୍ଠିତ ଉତ୍ସବକୁ ବିଦ୍ୟାଳୟର ଉପଦେଷ୍ଟା କାନନ ବିହାରୀ ନାୟକ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ହୋଟେଲ୍ମ୍ୟ ନେଜ୍‌ମେଣ୍ଟର ପ୍ରଶିକ୍ଷକ ଅରୁଣ କୁମାର ସାହୁ ଓ ମାନବ ସମ୍ବଳ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ କଳ୍ପତରୁ ଖୁଣ୍ଟିଆ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଯେଉଁ ରାଜ୍ୟର ଦେବତା ଜଗନ୍ନାଥ, ଯାହାଙ୍କ ପାଖରେଷାଠିଏ ପଉଟି ସୁସ୍ୱାଦୁ ବ୍ୟଞ୍ଜନ ପରଷାଯାଏ, ସେହି ରାଜ୍ୟରେ ସୁସ୍ୱାଦୁ ଖାଦ୍ୟର ଅଭାବ ନାହିଁ । ସେହିଭଳି ସୁସ୍ୱାଦୁ ଖାଦ୍ୟକୁ ପ୍ରସ୍ତୁତ ନିମନ୍ତେ ମୀନାବଜାର ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେବାରେ ବିଦ୍ୟାଳୟର ପ୍ରୟାସକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ । ସୁଦାମିନୀ ନନ୍ଦ, ମମତା ପରିଜା, ସାଗରିକା ବିଶ୍ୱାଳ, ରୁନି ମହାରଣା, ଦେବେନ୍ଦ୍ର ବେହେରା, ଲକ୍ଷ୍ମୀ ପ୍ର୍ରିୟା ମହାନ୍ତି, ମାମାଲି ଦାସ, ରଂଜିତା ସାହୁ, ମମତା ନନ୍ଦ, ଗିରିଜା ମହାନ୍ତି, ଗୀତାଞ୍ଜଳି ସାହୁ ପ୍ରମୁଖ ଆଚାର୍ଯ୍ୟ/ଆଚାର୍ଯ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply