ଯୁବକଙ୍କ ଅଯୋଧ୍ୟାକୁ ପଦଯାତ୍ରା

ଟିଟିଲାଗଡ଼: ଅଯୋଧ୍ୟାଠାରେ ଶ୍ରୀରାମ ମନ୍ଦିରଙ୍କ ମନ୍ଦିରଙ୍କ ଭବ୍ୟ ପ୍ରତିଷ୍ଠା ଉତ୍ସବରେ ଟିଟିଲାଗଡ ଅଞ୍ଚଳରେ ଉତ୍ସାହ ସହ ବହୁ ଶ୍ରଦ୍ଧାଳୁ ଯୋଗଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ବଜରଙ୍ଗ ଦଳର ଦୁଇ ଯୁବ ଶ୍ରୀରାମ ଭକ୍ତ ରବିବାର ଅଯୋଧ୍ୟା ଅଭିମୁଖେ ପଦଯାତ୍ରାରେ ବାହାରିବା ଭକ୍ତଙ୍କ ମଧ୍ୟରେ ଉତ୍ସାହ ଖେଳାଇ ଦେଇଛି । ସଂଗଠନ ସଦସ୍ୟ ତଥା ସହରର ପିଣ୍ଟୁ ଛତ୍ରିଆ ଏବଂ ଶିବ ସୁନା ଦିର୍ଘ ଦିନ ପଦଯାତ୍ରା ପରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଦିବସ ଜାନୁୟାରୀ ୨୨ ପୁବର୍ରୁ ଅଯାଧ୍ୟାରେ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି । ଏନେଇ ସ୍ଥାନୀୟ ସର୍ଗିଗୁଡାପଡା ସ୍ଥିତ ରାମ ମନ୍ଦିର ଠାରେ ନିଜ ପିତାମାତା ତଥା ବଜରଙ୍ଗ ଦଳ କର୍ମକର୍ତ୍ତାଙ୍କ ଗହଣରେ ପୂଜାଚ୍ଚର୍ନା ପରେ ଉଭୟ ଯୁବକ ଦୀର୍ଘ ୧୦୨୬ କିଲୋମିଟର ପଥ ପଦଯାତ୍ରା ଆରମ୍ଭ କରିଛନ୍ତି । ଏନେଇ ରାମମନ୍ଦିର ଠାରେ ବିଭିନ୍ନ ସଂଗଠନ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବଜରଙ୍ଗ ଦଳ ଟିଟିଲାଗଡ ଜିଲା ସଂଯୋଜକ ରାଜେଶ ପଟ୍ଟନାୟକ, ସଦସ୍ୟ ଗୌତମ ଲୁହା, ଦିଲୁ ପାଣ୍ଡେ, ଧିରନ ସୁନା, ବିଶାଲ ମଚ୍ଛଖଣ୍ଡ, ମୁରଲି ବାଗ, ଶଙ୍ଖନାଦ ମେହେର, ଓମକୁମାର ହାତୀ, ଭୁପତି ସାହୁ, ବିଶ୍ୱ ହିନ୍ଦୁ ପରିଷଦର ରୋହିତ ସୋନୀ, ମାତୃଶକ୍ତି ଜିଲା ପ୍ରମୁଖ ପଦ୍ମିନୀ ବେହେରା, ସହ ପ୍ରମୁଖ ସୁଷମା ବେହେରା, ରାମସେବା ସମିତି ପକ୍ଷରୁ ପିଣ୍ଟୁ ଶର୍ମା, ଅମିତ ଅଗ୍ରୱାଲ, ସୋନୁପ ଅଗ୍ରୱାଲ, ସ୍ଥାନୀୟ ରାମ ମନ୍ଦିର କମିଟି ପକ୍ଷରୁ ସୁଧିର ସାହୁ, ବିରଞ୍ଚି ସାହୁ, ଅରୁଣ ସାହୁ, ଅମରେଶ ସାହୁ, ବୁଲୁ ସାହୁ ପ୍ରମୁଖ ବହୁ ପୁରୁଷ ମହିଲା ଭକ୍ତ ଉପସ୍ଥିତ ଥିଲେ । ବିଜେପି ନେତା ନବିନ ଜୈନ ଉପସ୍ଥିତ ରହି ଉଭୟ ରାମଭକ୍ତଙ୍କୁ ଉତ୍ତରୀୟ ପ୍ରଦାନ ସହ ଶୁଭଯାତ୍ରା କାମନା କରିଛନ୍ତି । କଷ୍ଟ ସହି ପଦଯାତ୍ରାରେ ଯାଇ ପ୍ରଭୂ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆମ ପୁଅମାନେ ସାମିଲ ହେବା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ ବୋଲି ଦୁଇ ଯୁବ ରାମଭକ୍ତଙ୍କ ପିତାମାତା କହିଛନ୍ତି ା

Leave a Reply

Your email address will not be published. Required fields are marked *