ଟିଟିଲାଗଡ଼ରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପ୍ରସ୍ତୁତି

ଟିଟିଲାଗଡ଼: ସଂସ୍କୃତିର ଧରୋହର, ପୌରାଣିକ କିମ୍ବଦନ୍ତି ଯୁକ୍ତ ଟିଟିଲାଗଡ ସହରରେ ଆସନ୍ତା ଜାନୁୟାରୀ ୨୨ରେ ଅଯୋଧ୍ୟା ଠାରେ ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିରର ଉଦଘାଟନ ନେଇ ଉତ୍ସାହ ସୃଷ୍ଟି କରିଛି । ଏନେଇ ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟ ପକ୍ଷରୁ ପ୍ରତି ଘର ମନ୍ଦିର ଡାକରା ଦିଆଯାଇଛି । ଏନେଇ ସଂଗଠନ ପକ୍ଷରୁ ରବିବାର ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ପରିସରରେ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଟିଟିଲାଗଡ ଜିଲା ସଂଯୋଜକ ଦିଲୀପ ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ ଅଯୋଧ୍ୟାରୁ ଆସିଥିବା ନିମନ୍ତ୍ରଣ ପତ୍ର ଏବଂ ଅକ୍ଷତ ଚାଉଲ ପ୍ରତ୍ୟେକ ପରିବାରକୁ ବଣ୍ଟନ, ଉକ୍ତ ଦିନ ପ୍ରତ୍ୟେକ ଘରେ ୫ଟି ଦୀପ ପ୍ରଜ୍ଜ୍ୱଳନ, ପ୍ରତ୍ୟେକ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆଦି ନେଇ ଆଳୋଚନା କରିଥିଲେ । ଉକ୍ତ ଦିନ ସମଗ୍ର ଦେଶ ପରି ଟିଟିଲାଗଡ ଅଞ୍ଚଳ ଶ୍ରୀରାମ ଭକ୍ତିମୟ ହେବା ପାଇଁ ସାହୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଆଇନଜୀବୀ ଡମ୍ବରୁଧର କର୍ମି ଦୀର୍ଘ ବର୍ଷର ବନବାସ ପରେ ରାମ ରାଜ୍ୟ ପ୍ରତିଷ୍ଠା ସହ ଦେଶର ସଂସ୍କୃତି, ସଂସ୍କାର, ସୁଶାସନ, ମୁନୀଋଷୀ ସଂସ୍କୃତି ପୁର୍ନସ୍ଥାପନ ହେବାକୁ ଯାଉଥିବା ନେଇ ସମଗ୍ର ଭାରତବାସୀ ଉକ୍ତ ଶୁଭବେଳାକୁ ଉତ୍ସୁକତା ସହ ପ୍ରତୀକ୍ଷା କରିଥିବା କହିଥିଲେ । ସଭାରେ ଆରଏସଏସ ନଗର କାର୍ଯ୍ୟବାହକ ଆଇନଜୀବୀ ରାଜେଶ ବାବୁ, ବୌଦ୍ଧିକ ପ୍ରମୁଖ ରୁଦ୍ର ନାରାୟଣ ପାଣିଗ୍ରାହୀ, ଅନ୍ୱେଷ କର୍ମି, କିଶୋର ବାରିକ, ପାର୍ଥବ ଭୁକ୍ତା, ନବିନ ଜୈନ, ଟିକେଲାଲ ବେହେରା, ଆଇନଜୀବୀ ମନୋଜ ହାରୀ, ସଞ୍ଜିବ ପାଢୀ, ହନୁମାନ କର୍ଣ୍ଣ, ସନ୍ଧ୍ୟା ଥାପା, ତନୟ ଠାକୁର, ଲଲିତ ସାହୁ, ନିରାକାର ସରାଫ, ବୁଲା ଶତପଥି, ସୌଭାଗ୍ୟ ରଞ୍ଜନ ପଣ୍ଡା, ଉମେଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *