Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉତ୍ତର ପ୍ରଦେଶରେ ହଲାଲ ସାର୍ଟିଫିକେଟ୍ ଥିବା ଉତ୍ପାଦ ବ୍ୟାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉତ୍ତର ପ୍ରଦେଶରେ ହଲାଲ ସାର୍ଟିଫିକେଟ୍ ଥିବା ଉତ୍ପାଦ ବ୍ୟାନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହଲାଲ ସାର୍ଟିଫିକେସନ ଉପରେ ବଡ଼ ଘୋଷଣା କରିଛନ୍ତି । ସିଏମ୍ ଯୋଗୀ ଆଦିତ୍ୟନାଥ ହଲାଲ ପ୍ରମାଣପତ୍ର ଥିବା ଉତ୍ପାଦ, ଔଷଧ, ଚିକିତ୍ସା ଓ ଅନ୍ୟ ସାମଗ୍ରୀ ବିକ୍ରି ଉପରେ ଶନିବାର ବ୍ୟାନ୍ ଲଗାଇଛନ୍ତି । ଏହାର ନିର୍ମାଣ, ବିତରଣ ଓ କିଣାବିକା କରାଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ପ୍ରତିବନ୍ଧକ କେବଳ ଉତ୍ତର ପ୍ରଦେଶର ଘରୋଇ ବଜାରରେ ବିକ୍ରି ଉପରେ ପ୍ରଭାବୀ ରହିବ । ତେବେ ହଲାଲ ପ୍ରମାଣପତ୍ର ଥିବା ଉତ୍ପାଦର ରପ୍ତାନୀ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଏହି ମାମଲାରେ ଖାଦ୍ୟ ସୁରକ୍ଷା ପ୍ରଶାସନ ବିଭାଗର ମୁଖ୍ୟ ସଚିବ ଅନିତା ସିଂ ଶନିବାର ଆଦେଶ ଜାରି କରିଛନ୍ତି । ହଲାଲ ପ୍ରମାଣପତ୍ର ଦେବା ମାମଲାରେ ଆଠ ଧାର୍ମିକ ସଂସ୍ଥାନ ବିରୋଧରେ ଲକ୍ଷ୍ନୌର ହଜରତଗଞ୍ଜ ଥାନାରେ ଏଫଆଇଆର ହେବା ଏହି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉତ୍ତରରେ ବିନା କୌଣସି ଅଧିକାରରେ ଖାଦ୍ୟପେୟ ଉତ୍ପାଦ ଉପରେ ଅବୈଧ ରୂପେ ହଲାଲ ସାର୍ଟିଫିକେଟ୍ ପ୍ରଦାନର କଳା କାରନାମା ଉପରେ ରୋକ ଲଗାଇବା ପାଇ ଏହି ଘୋଷଣା କରାଯାଇଛି । ଏହି ମାମଲାରେ ଲକ୍ଷ୍ନୌ କମିଶନରେଟର ହଜରତଗଞ୍ଜ ଥନାରେ ଶୁକ୍ରବାର ବିଳମ୍ୱିତ ରାତିରେ ଚାରି ଧାର୍ମିକ ସଂସ୍ଥା ସମେତ ଆଠ ଅନୁଷ୍ଠାନ ଉପରେ ମାମଲା ରୁଜୁ ହୋଇଥିଲା । ଏଥିରେ ହଲାଲ ସାର୍ଟିଫିକେଟ୍ ଦେଉଥିବା କମ୍ପାନି ଓ ଏହାର ମାଲିକଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଧର୍ମ ଆଧାରରେ ଭାବନାକୁ ଆହତ କରିବା, ଫେକ୍ ଦସ୍ତାବିଜ ପ୍ରସ୍ତୁତ, ଷଡଯନ୍ତ୍ର କରି ଦୁଇ ସମ୍ପ୍ରଦାୟ ମଧ୍ୟ ଶତ୍ରୁତା ସୃଷ୍ଟି କରିବା ମାମଲାରେ ଏଫଆଇଆର ରୁଜୁ କରାଯାଇଛି ।

Leave a Reply