Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ଫେରିବ ଯୋଗିନୀ ଚାମୁଣ୍ଡା ଓ ଗୋମୁଖୀଙ୍କ ଚୋରି ପଥର ମୂର୍ତ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ଫେରିବ ଯୋଗିନୀ ଚାମୁଣ୍ଡା ଓ ଗୋମୁଖୀଙ୍କ ଚୋରି ପଥର ମୂର୍ତ୍ତି

ନୂଆଦିଲ୍ଲୀ: ୧୯୭୦ ଦଶକର ଶେଷ ଭାଗରୁ ୧୯୮୦ ଦଶକର ପ୍ରାରମ୍ଭ ମଧ୍ୟରେ ଉତ୍ତରପ୍ରଦେଶର ଲୋଖାରୀସ୍ଥିତ ଏକ ମନ୍ଦିରରୁ ଚୋରି ହୋଇଥିବା ଅଷ୍ଟମ ଶତାବ୍ଦୀର ଦୁଇଟି ମନ୍ଦିର ମୂର୍ତ୍ତି ଯୋଗିନୀ ଚାମୁଣ୍ଡା ଏବଂ ଯୋଗିନୀ ଗୋମୁଖୀ ଏବେ ଭାରତ ଫେରିବ । ଏହାକୁ ଫେରାଇ ଆଣିବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀଏସ୍ ଜୟଶଙ୍କର ବୁଧବାର ଲଣ୍ଡନରେ ଏକସମାରୋହରେ ଅଧ୍ୟକ୍ଷତା କରିଥିଲେ ।ଲଣ୍ଡନସ୍ଥିତ ଭାରତର ବାଣିଜ୍ୟ ଦୂତାବାସ,ଇଣ୍ଡିଆ ପ୍ରାଇଡ୍ ପ୍ରୋଜେକ୍ଟ ଓ ଆର୍ଟ ରିକଭରିଇଣ୍ଟରନ୍ୟାସନାଲର ମିଳିତ ଉଦ୍ୟମ ଯୋଗୁଉକ୍ତ ମୂର୍ତ୍ତି ଫେରସ୍ତ କାର‌୍ୟ୍ୟ ସମ୍ଭବହୋଇପାରିଛି । ପାଞ୍ଚ ଦିନିଆ ବ୍ରିଟେନ ଗସ୍ତରଶେଷ ଦିନରେ ଇଣ୍ଡିଆ ହାଉସରେ ଆୟୋଜିତ ଏକ ସମାରୋହରେ ଜୟଶଙ୍କର ମୂର୍ତ୍ତିଗୁଡ଼ିକୁ ଉନ୍ମୋଚନ କରିବା ସହ ଏଗୁଡ଼ିକ ଭାରତକୁ ଅତି ଶୀଘ୍ର ଫେରିବ ବୋଲି ଆଶା ବ୍ୟକ୍ତ କରିଥିଲେ । ସାଂସ୍କୃତିକ ଆଦାନପ୍ରଦାନ ଯେପରି ଆଇନଗତ, ସ୍ୱଚ୍ଛ ଏବଂ ପ୍ରତିଷ୍ଠିତ ନିୟମାବଳୀ ଅନୁଯାୟୀ ସମ୍ପନ୍ନ ହୁଏ ତାହା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ‘ଯୋଗିନୀ’ ଶବ୍ଦଟି ଯୋଗ କଳାର ନାରୀ ଗୁରୁମାନଙ୍କ ସହିତ ସମ୍ବନ୍ଧିତ । ଲୋଖାରୀ ଭଳି ଯୋଗିନୀ ମନ୍ଦିରରେ ୬୪ ଜଣ ଦିବ୍ୟ ଯୋଗିନୀଙ୍କୁ ଦେବୀ ଭାବରେ ପୂଜା କରାଯାଏ । ଲୋଖାରୀ ମନ୍ଦିରରେ ପ୍ରଥମେ ୨୦ଟି ଯୋଗିନୀ ମୂର୍ତ୍ତି ଥିଲା, ଯେଉଁଥିରେ ପଶୁ ମୁଣ୍ଡ ଥିବା ସୁନ୍ଦରୀ ମହିଳାମାନଙ୍କୁ ଚିତ୍ରିତ କରାଯାଇଥିଲା । ୧୯୭୦ ଦଶକରେ ଏହି ମୂର୍ତ୍ତି ରାଜସ୍ଥାନ ଓ ମହାରାଷ୍ଟ୍ରରୁ ସୁଇଜରଲାଣ୍ଡ ଦେଇ ୟୁରୋପକୁ ଚୋରା ସାମଗ୍ରୀ ଚାଲାଣ କରୁଥିବା କିଛି ଲୁଟେରାଙ୍କ ଶିକାର ହୋଇଥିଲା । ଚୋରମାନେ କେତେ ମୂର୍ତ୍ତି ଚୋରି କରିଥିଲେ ଜଣାନାହିଁ । ସେଥିରୁ କିଛି ଭାଙ୍ଗି ଯାଇଥିଲା ଏବଂ ଅବଶିଷ୍ଟ କ୍ଷତିଗ୍ରସ୍ତ ମୂର୍ତ୍ତିଗୁଡ଼ିକୁ ଗୁପ୍ତଭାବରେ ସ୍ଥାନାନ୍ତର କରି ସ୍ଥାନୀୟ ଗ୍ରାମବାସୀ ଲୁଚାଇ ରଖିଥିଲେ । ଲଣ୍ଡନସ୍ଥିତ ଭାରତୀୟ ହାଇକମିସନ୍‌?ର ବାଣିଜ୍ୟ ଓ ଅର୍ଥନୀତିର ପ୍ରଥମ ସଚିବ ଜସପ୍ରୀତ ସିଂହ ସୁଖିଜା ଭାରତର ହଜିଯାଇଥିବା କଳାକୃତିର ପୁନରୁଦ୍ଧାର ପାଇଁ ସମର୍ପିତ ଅନୁଷ୍ଠାନ ଇଣ୍ଡିଆ ପ୍ରାଇଡ୍ ପ୍ରୋଜେକ୍ଟ ସହିତ ପୁନରୁଦ୍ଧାର ପ୍ରକ୍ରିୟାରେ ସକ୍ରିୟ ଭାବେ ନିୟୋଜିତ ଅଛନ୍ତି । ବ୍ରିଟେନରେ ଅବସ୍ଥାପିତ ଭାରତୀୟ ହାଇକମିସନର ବିକ୍ରମ ଦୋରାଇସ୍ୱାମୀ ଏଭଳି ଅବସରରେ ଐତିହ୍ୟକୁ ଏହାର ପ୍ରକୃତ ଉତ୍ପତ୍ତି ସ୍ଥାନକୁ ଫେରାଇ ଆଣିବା ପାଇଁ ଗ୍ରହଣୀୟ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ଖୋଜିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

Leave a Reply