Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାଣନ୍ତୁ କେଉଁ ବାରରେ ଧୂପକାଠି ଲଗାଇବେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାଣନ୍ତୁ କେଉଁ ବାରରେ ଧୂପକାଠି ଲଗାଇବେ

ହିନ୍ଦୁ ଧର୍ମରେ ଦେବୀଦେବତାଙ୍କ ପୂଜାର୍ଚ୍ଚନା ସମୟରେ ସିନ୍ଦୂର, ଫୁଲ, ନୈବେଦ୍ୟ, ଫଳ, ଅକ୍ଷତ ଚନ୍ଦନ ଠାରୁ ଆରମ୍ଭ କରି ଅଗରବତୀ, ଧୂପ ବ୍ୟବହାର କରାଯାଇଥାଏ । ପ୍ରତେକ ଜିନିଷର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି । କିଛି ପୂଜା ସାମଗ୍ରୀ ଦେବୀଦେବତାଙ୍କୁ ସମର୍ପିତ । ସେଭଳି ଏକ ଜିନିଷ ମଧ୍ୟରୁ ଗୋଟିଏ ହେଉଛି ଧୂପକାଠି । ସେହିପରି ଅଧିକାଂଶଙ୍କ ଘରେ ଧୂପକାଠି ନିଶ୍ଚିତ ବ୍ୟବହାର ହୋଇଥାଏ । ମାତ୍ର ଏହାର ବ୍ୟବହାରକୁ ନେଇ କିଛି ନିୟମ ମଧ୍ୟ ରହିଛି । ଏହାକୁ ପ୍ରତ୍ୟେକ ଦିନ ଲଗାଇବା ଉଚିତ ନୁହେଁ । ଜାଣନ୍ତୁ ବାସ୍ତୁ ଅନୁସାରେ ଅଗରବତୀ କେଉଁ ଦିନ ଲଗାଇବା ଉଚିତ ନୁହେଁ.. ବାସ୍ତୁ ଅନୁଯାୟୀ, ମଙ୍ଗଳବାର ଓ ରବିବାର ଦିନ ପୂଜା କରିବା ସମୟରେ ଅଗରବତୀ ଲଗାନ୍ତୁ ନାହିଁ । ମାନ୍ୟତା ଅନୁଯାୟୀ, ଏହିଦିନ ଅଗରବତୀ ଲଗାଇବା ଦ୍ୱାରା ସୁଖ-ସମୃଦ୍ଧିରେ କୁପ୍ରଭାବ ପଡିଥାଏ । ଆର୍ôଥକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ । ସନ୍ତାନଙ୍କ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ । ପରିବାରରେ କଳହ ଲାଗି ରହିଥାଏ । ପିତୃଦୋଷ ଲାଗିଥାଏ । ତେଣୁ ଏହି ଦିନ ଅଗରବତୀ ଲଗାନ୍ତୁ ନାହିଁ । ନକରାତ୍ମକ ଶକ୍ତିର ପ୍ରଭାବ ରହିବା ସହ ଉନ୍ନତିରେ ସମସ୍ୟା ହେଇଥାଏ । ଏହିଦିନ ଅଗରବତୀ ବଦଳରେ ଝୁଣା ଧୂପ ଦେଇପାରିବେ ।

Leave a Reply