Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତିନି ଗାଡ଼ି ଜବତ; ୧୧୨ ଗୋରୁ ଉଦ୍ଧାର, ୪ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତିନି ଗାଡ଼ି ଜବତ; ୧୧୨ ଗୋରୁ ଉଦ୍ଧାର, ୪ ଗିରଫ

ତେଲକୋଇ : କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ୪୯ନଂ ଜାତୀୟ ରାଜପଥ କାଞ୍ଜିପାଣି ଘାଟି ରୁ ତିନି ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି ପୋଲିସ । ଜବତ ଗାଡିରୁ ୧୧୨ଗୋରୁ ଉଦ୍ଧାର କରାଯାଇଥିବାବେଳେ ୪ଜଣକୁ ପୋଲିସ ଗିରଫ କରିଛି । ତେବେ ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ଓଡ଼ି ୧୫ବି ୬୮୯୨, ଓଡି ୦୯ୟୀ ୭୪୧୧ ଓ ଡବ୍ଲୁବି ୧୧ଇ ୨୦୮୩ନମ୍ବର ବିଶିଷ୍ଟ ଏକ ଚଉଦ ଚକିଆ ଟ୍ରକ ଓ ଦୁଇଟି ବାର ଚକିଆ ଟ୍ରକ ଗୋରୁ ବୋଝେଇ କରି ପଶ୍ମିମବଙ୍ଗ ଚାଲାଣ ହେଉଥବାବେଳେ ପୂର୍ବରୁ ଖବର ପାଇ ଏସଡ଼ିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ ନେତୃତ୍ୱରେ ତେଲକୋଇ ଥାନା ଆଇଆଇସି ସରୋଜକାନ୍ତ ସାମଲ, କାଞ୍ଜିପାଣି ଥାନା ଅଧିକାରୀ ସ୍ୱରୂପ ରଞ୍ଜନ ନାୟକ ସହ ସଦଳବଳ ଚଢ଼ାଉ କରି କାଞ୍ଜିପାଣି ଘାଟିରୁ ତିନିଟି ଗାଡ଼ି ଜବତ କରିବା ସହ ୧୧୨ଗୋରୁ ଉଦ୍ଧାର କରି ୪ଜଣକୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ଜିଲ୍ଲାର ସେଲୁ ଗୋଟେଇ(୩୬), ବରଗଡ଼ ଜିଲ୍ଲାରୁ ଶ୍ରୀକାନ୍ତ ସୁନା (୩୭) ଓ ପଶ୍ଚିମବଙ୍ଗର ସେକ୍ ରମଜାନ(୨୭) ଓ ସେକ ସୁଦାମ ଅଲ୍ଲୀ (୨୪) । ଉଦ୍ଧାର ଗୋରୁ ଗୁଡ଼ିକୁ କାଞ୍ଜିପାଣି ପୋଲିସ ବଡ଼ବିଲ ସ୍ଥିତ ଗୋଶାଳାରେ ଛାଡିଛନ୍ତି । କାଞ୍ଜିପାଣି ଥାନା ପକ୍ଷରୁ ୧୦୫/୨୩ରେ ଏକ ମାମଲା ରୁଜ୍ଜୁ କରି ଗାଡ଼ି ଜବତ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ମାତ୍ର ମୁଖ୍ୟ ଗୋ ଚାଲାଣ କାରୀକୁ ପୋଲିସ ଗିରଫ କରି ପାରି ନାହିଁ ।

Leave a Reply