Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗିରଫ ହେଲେ ୬ ସ ନ୍ଦିଗ୍ଧ ଆଇଏସଆଇଏସ୍ ଆତଙ୍କୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗିରଫ ହେଲେ ୬ ସ ନ୍ଦିଗ୍ଧ ଆଇଏସଆଇଏସ୍ ଆତଙ୍କୀ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରୁ ଆତଙ୍କବାଦ ନିରୋଧ ସ୍କ୍ୱାଡ ବା ଏଟିଏସ୍ ୬ ଜଣ ସନ୍ଦିଗ୍ଧ ଆଇଏସ୍‌ଆଇଏସ୍ ଆତଙ୍କବାଦୀଙ୍କୁ ଗିରଫ କରିଛି । ଗିରଫ ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ପରିଚୟ ମିଳିଛି । ଅଭିଯୁକ୍ତମାନେ ଭାରତର ବିଭିନ୍ନ ସ୍ଥାନରେ ବଡ଼ଧରଣର ଆତଙ୍କୀ ହମଲା କରିବାକୁ ଯୋଜନା କରୁଥିଲେ ବୋଲି ଆତଙ୍କବାଦ ନିରୋଧ ସ୍କ୍ୱାଡ ଦାବି କରିଛି । ସେମାନେ ହେଲେ ରକିବ ଇନାମ, ନାଭେଦ ସିଦ୍ଦିକୀ, ମହମ୍ମଦ ନୋମାନ ଓ ମହମ୍ମଦ ନଜିମ । ଏମାନେ ସମସ୍ତେ ଛାତ୍ର ଭାବେ ସମସ୍ତଙ୍କୁ ପରିଚୟ ଦେଉଥିବା ବେଳେ ବାସ୍ତବରେ ଆଇଏସ୍‌?ଆଇଏସ୍‌? ପାଇଁ କାମ କରୁଥିବା ଅଭିଯୋଗ ହୋଇଛି । ପୋଲିସ୍‌ର କହିବା କଥା ଯେ ଗିରଫ ସମସ୍ତ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଲିଙ୍କ ଷ୍ଟୁଡେଣ୍ଟ୍ସ ଅଫ ଆଲିଗଡ଼ ୟୁନିଭର୍ସିଟି (ଏସଏଏମୟୁ) ରହିଛି । ଏସ୍‌ଏଏମୟୁ ହେଉଛି ଆଲିଗଡ଼ ବିଶ୍ୱବିଦ୍ୟାଳୟର ଛାତ୍ର ସଂଗଠନ । ସ୍କ୍ୱାଡର ଜଣେ ଅଧିକାରୀ କହିଛନ୍ତି, ଏଟିଏସ୍ ୬ ଜଣ ଯୁବକଙ୍କୁ ଗିରଫ କରିବା ପରେ ଆଲିଗଡ଼ ବିଶ୍ୱବିଦ୍ୟାଳୟର ଛାତ୍ର ସଂଗଠନର ଅସଲ ଚେହେରା ସାମ୍ନାକୁ ଆସିଛି । ସନ୍ଦିଗ୍ଧ ଶିକ୍ଷାର୍ଥୀଙ୍କ ଉପରେ ଗୁଇନ୍ଦା ବିଭାଗ ନଜର ରଖିଛି । କିଛି ଦିନ ତଳେ ଏନଆଇଏ ରିଜୱାନ ଓ ଶାହନୱାଜ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲେ । ସେମାନଙ୍କୁ ଜେରା କରାଯିବା ବେଳେ ଆଇଏସ୍‌ଆଇଏସ୍ ନେଟୱର୍କ ସହ ଜଡ଼ିତ ଯୁବକଙ୍କ ସମ୍ପର୍କରେ ଖବର ମିଳିଛି । ସେମାନେ ଏନଆଇଏକୁ କହିଛନ୍ତି ଯେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଅନେକ ଶିକ୍ଷାର୍ଥୀ ଆଇଏସ୍‌ଆଇଏସ୍ ଲିଙ୍କରେ ରହିଛନ୍ତି । ସେମାନଙ୍କୁ ସୋଶାଲ ମିଡିଆରେ ଭାରତ ବିରୋଧୀ ଅଭିଯାନ ଜାରି ରଖିବା ପାଇଁ କୁହାଯାଇଛି । ରିଜୱାନ ଓ ଶାହନୱାଜଙ୍କ ବୟାନ ପରେ ଏଟିଏସ ୬ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ବାନ୍ଧିଛି ।

Leave a Reply